୩୧ରୁ ଆରମ୍ଭ ହେବ ଜୟପୁର ଏୟାରପୋର୍ଟରୁ ବ୍ୟବସାୟିକ ଉଡାଣ

ଭୁବନେଶ୍ୱର : (ସଂକେତ୍ ଟିଭି) ଆସନ୍ତା ୩୧ ତାରିଖରୁ ଜୟପୁର ଏୟାରପୋର୍ଟରୁ ବ୍ୟବସାୟିକ ଉଡାଣ ଆରମ୍ଭ ହେବ। ଭୁବନେଶ୍ୱରରୁ ଜୟପୁରକୁ ନିୟମିତ ବିମାନ ସେବା ଆରମ୍ଭ ହେବ । ଏନେଇ ଇଣ୍ଡିଆ ଓ୍ବାନ୍ ଏୟାର ପକ୍ଷରୁ ସୂଚନା ଦିଆଯିବା ସହ ଅନ୍ ଲାଇନ ଟିକଟ ବୁକିଂର ଘଣ୍ଟାଏ ମଧ୍ୟରେ ଆସନ୍ତା ମାସ ୯ ତାରିଖ ଯାଏଁ ସବୁ ଟିକଟ ବୁକିଂ ସରିଯାଇଛି। କମ୍ପାନୀ ତରଫରୁ ଇନାଗୁରାଲ୍ ଅଫର୍ ଭାବେ ମାତ୍ର ୯୯୯ ଟଙ୍କାରେ ଟିକଟ ଯୋଗାଇ ଦିଆଯାଉଛି । ମୁଖ୍ୟମନ୍ତ୍ରୀ ଆସନ୍ତା ୩୧ ତାରିଖ ଦିନ ଏହି ବିମାନ ସେବାର ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି ।