ରାହୁଲ୍‌ ଗାନ୍ଧୀଙ୍କ ହାତ ଧରି ଚର୍ଚ୍ଚାରେ ଅଭିନେତ୍ରୀ ପୁନମ୍‌ କୌର

ନୂଆଦିଲ୍ଳୀ : (ସଂକେତ୍ ଟିଭି) ଭାରତ ଯୋଡୋ ଯାତ୍ରା ସମୟରେ ସାଉଥ ଅଭିନେତ୍ରୀ ପୁନମ୍‌ କୌର ରାହୁଲ୍‌ ଗାନ୍ଧୀଙ୍କ ହାତ ଧରିଥିବାର ନଜର ଆସିଛନ୍ତି। ଏହି ଫଟୋ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ବିଜେପି ରାହୁଲଙ୍କୁ ଟାର୍ଗେଟ କରିଥିବାବେଳେ ପୁନମ୍‌ ନିଜେ ଏହା ଜବାବ ରଖିଛନ୍ତି ।

ତେବେ ପ୍ରଥମେ ଜାଣିବା ପୁନମ୍ କୌର କିଏ ? ପୁନମ୍‌ଙ୍କ ଜନ୍ମ ହାଇଦ୍ରାବାଦରେ ହୋଇଥିଲା। ସେ ହାଇଦ୍ରାବାଦ ପବ୍ଲିକ ସ୍କୁଲରୁ ପାଠ ପଢିଛନ୍ତି। ଏହା ପରେ ସେ ଦିଲ୍ଲୀ ଆସିଥିଲେ ଏବଂ ଏଠାରୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି (NIFT) ରେ ଫ୍ୟାଶନ୍ ଡିଜାଇନ୍‌ରେ ସ୍ନାତକ ହାସଲ କରିଥିଲେ । ପରେ, ୨୦୦୬ ମସିହାରେ ସେ ତେଜାଙ୍କ ନିର୍ଦ୍ଦେଶିତ ଏକ ଚଳଚ୍ଚିତ୍ର ସାଇନ୍‌ କରିଥିଲେ। କିନ୍ତୁ ପରେ ସେ ଏହି ଚଳଚ୍ଚିତ୍ର ପାଇପାରିନଥିଲେ। ଏହା ପରେ ସେ ‘ଓକା ବିଚିତ୍ରମ୍’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ପୁନମ୍‌ ଏହା ବ୍ୟତୀତ ମାଲାୟଲମ ସମେତ ଅନେକ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

ପୁନମ ୨୦୦୮ରେ ବେଷ୍ଟ ସପୋର୍ଟିଙ୍ଗ ରୋଲ୍‌ ପାଇଁ ଆୱାର୍ଡ ପାଇଥିଲେ। ଏହା ସହ ପୁନମ୍‌ ମିସ୍ ତେଲେଙ୍ଗାନା ଇଭେଣ୍ଟ ପାଇଁ ବ୍ରାଣ୍ଡ ଆମ୍ବାସାଡର ଭାବେ ମନୋନୀତ କରାଯାଇଥିଲା। ପୁନମ୍ ଭାରତ ଯୋଡ଼ୋର ଚତୁର୍ଥ ଦିନରେ ଯୋଗ ଦେଇଥିଲେ। ଏହାପୂର୍ବରୁ ଏହି ଅଭିନେତ୍ରୀ ତେଲୁଗୁ ଦେଶମ ପାର୍ଟିରେ କାମ କରିଥିଲେ। ପରେ ତାଙ୍କୁ ବିଜେପି ନେତାଙ୍କ ସହ ମଧ୍ୟ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହି ଅଭିନେତ୍ରୀ ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡା ଯାତ୍ରାରେ ବୁଲି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।

ତେବେ ଏନେଇ ବିଜେପି ଟାର୍ଗେଟ କରିବା ପରେ ପୁନମ୍ କହିଛନ୍ତି ଯେ ଯେତେବେଳେ ସେ ଖସିପଡୁଥିଲେ ସେତେବେଳେ ରାହୁଲ ଗାନ୍ଧୀ ତାଙ୍କ ହାତ ଧରି ତାଙ୍କୁ ପଡିବାରୁ ରକ୍ଷା କରିଥିଲେ। ସେ କହିଛନ୍ତି ଯେ ବିଜେପି ରାହୁଲଙ୍କୁ ଟାର୍ଗେଟ କରିବା ନିଶ୍ଚିତ ଭାବରେ ମହିଳାମାନଙ୍କୁ ଅପମାନ। ପ୍ରଧାନମନ୍ତ୍ରୀ ମୋଦୀ ମହିଳା ଶକ୍ତି ବିଷୟରେ କହୁଥିବାବେଳେ ବିଜେପିର ତାଙ୍କ ପ୍ରତି ମନ୍ତବ୍ୟ ନିଶ୍ଚିତ ଭାବରେ ଦୁର୍ଭାଗ୍ୟଜନକ।”

ଏଥି ସହିତ ଜୟରାମ ରମେଶ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ବିଜେପିର ଚିନ୍ତାଧାରା ଅତ୍ୟନ୍ତ ବିକୃତ। କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେଟ କହିଛନ୍ତି ଯେ ରାହୁଲ ଗାନ୍ଧୀ ପ୍ରକୃତରେ ତାଙ୍କ ଜେଜେବାପାଙ୍କ ପଦାଙ୍କ ଅନୁସରଣ କରି ଦେଶକୁ ଏକଜୁଟ କରୁଛନ୍ତି। କଂଗ୍ରେସ ନେତା ପୱନ ଖେରା ଲେଖିଛନ୍ତି, ‘ ବିଜେପି ନେତାଙ୍କ ମାନସିକ ଚିକିତ୍ସା ଆବଶ୍ୟକ, ତାଙ୍କ ମାନସିକ ଅବସ୍ଥା ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ପାଇଁ କ୍ଷତିକାରକ ହୋଇପାରେ।’