ବିଜେଡି ଧାମନଗରରେ ବାଣ୍ଟିବ ଟଙ୍କା, ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର : (ସଂକେତ୍ ଟିଭି) ଆଜି ଧାମନଗର ଉପ ନିର୍ବାଚନ ଜିତିବା ପାଇଁ ଆଗାମୀ ଦୁଇ ଦିନରେ ବିଜେଡି ବ୍ୟାପକ ଟଙ୍କା ବଣ୍ଟିବଣ୍ଟି କରିବ । ଏହି ଅଭିଯୋଗ ଆଣିଛି ବିଜେପି । ଗାଁ ଗାଁରେ ସରକାରୀ ଅଧିକାରୀ , ଏସଏଚଜି ମହିଳା ଓ ଗୋଟିଏ ପଞ୍ଚାୟତରେ ସରକାର ସହ ଲିଙ୍କ ଥିବା 30 ଜଣଙ୍କୁ ଲଗାଇ ବିଜେଡ଼ି ଟଙ୍କା ବଣ୍ଟିବ ବୋଲି ବିଜେପି ଅଭିଯୋଗ କରିଛି ।

ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ବିଜେଡି କୁ ଟାର୍ଗେଟ କରି କହିଛନ୍ତି, ଯେ “ଆଗାମୀ ଦୁଇ ଦିନରେ ମଦ, ମାଂସରେ ଗାଁ ବୁଡ଼ିବ। ଭୋଟ କିଣିବା ପାଇଁ ଚାରିଆଡ଼େ ଟଙ୍କା ବଣ୍ଟାଯିବ । ବିଜେପି ସ୍ୱଚ୍ଛ, ଅବାଧ ଓ ନିରନିପେକ୍ଷ ନିର୍ବାଚନ କରିବା ପାଇଁ ଦାୟିତ୍ବ ନିର୍ବାହ କରିଛି । ଅନୈତିକ ପ୍ରତିଶୃତି ଦେଉଛି ଶାସକ ଦଳ ।

ଲେଖାଶ୍ରୀ ଆହୁରି ମଧ୍ୟ କହିଛନ୍ତି, “ସମ୍ବେଦନଶୀଳ ବୁଥ୍ ଗୁଡ଼ିଗୁକରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ହି ମୁତୟନ ପାଇଁ ବିଜେବି ଅନୁରୋଧ କରିଥିଲା । ଅବାଧ, ନିରନିପେକ୍ଷ ଓ ନିର୍ଭୟରେ ଯାଇ ଭୋଟ ଦେବାକୁ ଜନସାଧାରଣଙ୍କୁ ସେ ଅନୁରୋଧ କରିଛନ୍ତି । ଯେଉଁ ଦଳ ଲୋକଙ୍କ ପାଇଁ କାମ କରିବ ତାକୁ ହିଁ ଭୋଟ ଦେବା ଉଚିତ । ବିଜୁ ଜନତା ଦଳର ଛଳନାରୁ ଓଡ଼ିଶାବାସୀ ସତର୍କ ରୁହନ୍ତୁ ବୋଲି ସେ କହିଛନ୍ତି ।