ଗେଷ୍ଟ ହାଉସରେ ଚାଲିଥିଲା ସେକ୍ସ ରାକେଟ୍, ଚଢ଼ଉରେ ୩ ଯୁବତୀ ଉଦ୍ଧାର, ୧୦ ଅଟକ

ବ୍ରହ୍ମପୁର : (ସଂକେତ୍ ଟିଭି) ବ୍ରହ୍ମପୁରର ଟାଟାବେଞ୍ଜ ଛକ ନିକଟସ୍ଥ ତୁଳସୀ ଗେଷ୍ଟ ହାଉସରେ ସୋମବାର ସନ୍ଧ୍ୟାରେ ବ୍ରହ୍ମପୁର ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ସେଠାରୁ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା । ଏହା ସହିତ ଅନ୍ୟ ୧୦ ଜଣ ଯୁବକଙ୍କୁ ଅଟକ ରଖାଯାଇଛି । ତୁଳସୀ ଗେଷ୍ଟ ହାଉସର ତଳ ମହଲାରେ ଏକ ବାଇକ୍ ସୋ ରୁମ୍ ଥିବା ବେଳେ ଉପର ଲଜରେ ଚାଲିଥିଲା ସେକ୍ସ ରାକେଟ୍।

ଏଠାରେ ଅନେକ ଦିନ ହେବ ସେକ୍ସ ରାକେଟ ଚାଲୁଥିବା ନେଇ ଖବର ମିଳିବା ପରେ ରାତି ପ୍ରାୟ ସାଢେ୧୧ଟା ସମୟରେ ବ୍ରହ୍ମପୁର ଏସ୍‌ପି ସର୍ବଣା ବିବେକ ଏମ ସେଠାରେ ବାଇକରେ ପହଞ୍ଚି ଚଢ଼ଉ କରିଥିଲେ । ଗ୍ରାହକ ବେଶରେ ଏହି ଲଜକୁ ପଶିବା ପରେ ରୋଷାଣୀ ନୂଆ ଗାଁ ଓ ବୈଦ୍ୟନାଥପୁର ଥାନାକୁ ଏନେଇ ସୂଚନା ଦେଇଥିଲେ। ଖବର ପାଇ ବୈଦ୍ୟନାଥପୁର ଥାନା ପୁଲିସ ଆସି ଲଜ୍ ଭିତରେ ଥିବା ୧୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।