ଟି-୨୦ ବିଶ୍ୱକପର ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଚେତାବନୀ ଦେଲେ ବାଂଲାଦେଶ ଅଧିନାୟକ

ଆଡିଲେଡ : (ସଂକେତ୍ ଟିଭି) ଆଡିଲେଡରେ ବୁଧବାର ଦିନ ଭାରତ ଓ ବାଂଲାଦେଶ ମଧ୍ୟରେ ଏକ ଟି-୨୦ ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ହେବାକୁ ଯାଉଛି । ଏହା ପୂର୍ବରୁ ବାଂଲାଦେଶ କ୍ରିକେଟ୍ ଦଳର ଅଧିନାୟକ ଶାକିବ ଅଲ ହାସନ ଟି-୨୦ ବିଶ୍ୱକପ ଜିତିବା ପାଇଁ ଭାରତକୁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ବୋଲି ବର୍ଣ୍ଣନା କରିଛନ୍ତି । ସେ ଚେତାବନୀ ଦେଇ କହିଛନ୍ତି ଯେ ମଙ୍ଗଳବାର ଟିମ୍ ଇଣ୍ଡିଆ ବିପକ୍ଷ ମ୍ୟାଚରେ ଜିତି ତାଙ୍କ ଦଳ ଏକ ବଡ଼ ଉଲଟଫେର କରିବାକୁ ଚେଷ୍ଟା କରିବ ।

ଶାକିବ ନିଜ ଦଳକୁ ଏକ ଅଣ୍ଡରଡଗ୍ ବୋଲି କହି ଚେତାବନୀ ଦେଇ କହିଛନ୍ତି ଯେ, “ଭାରତ ହେଉଛି ଫେଭୋରାଇଟ । ସେମାନେ ବିଶ୍ୱକପ୍ ଜିତିବା ପାଇଁ ଏଠାରେ ଅଛନ୍ତି । ଯଦି ଆମେ ସେମାନଙ୍କୁ ପରାସ୍ତ କରିବୁ। ଆମେ ବିଶ୍ବକପ୍ ଜିତିବା ପାଇଁ ଆସିନାହୁଁ ବୋଲି ସେ କହିଛନ୍ତି। ସେ ଭାରତୀୟ ଦଳକୁ ପ୍ରଶଂସା କରି କହିଛନ୍ତି ଯେ ସେମାନଙ୍କର ସମସ୍ତ ମ୍ୟାଚ୍ ବିଜେତା ଅଛନ୍ତି ।

ସେ କହିଛନ୍ତି ଯେ “ସୁର୍ଯ୍ୟକୁମାର ଯାଦବ ପ୍ରକୃତରେ ଭଲ ଖେଳୁଛନ୍ତି । ସେ ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ । ମୁଁ ଆଇପିଏଲରେ ପ୍ରଥମ ଥର ପାଇଁ ଅର୍ଶଦୀପଙ୍କୁ ଦେଖିଥିଲି ଓ ସେ ବର୍ତ୍ତମାନ ସମୟରେ ଭଲ ବୋଲିଂ କରୁଛନ୍ତି । ଆମର ଦଳ ବୈଠକ ହୋଇ ନାହିଁ କିନ୍ତୁ ଆମେ ଭାରତ ବିପକ୍ଷରେ ପ୍ଲାନିଂ କରିବୁ । କିଛି ପ୍ଲାନ କାମ କରିବ ଓ କିଛି କାମ କରିବ ନାହିଁ, କାରଣ ଏହି ଖେଳ ସେହିଭଳି ଅଟେ ।”

ଟିମ୍ ଇଣ୍ଡିଆ ୪ ପଏଣ୍ଟ ସହ ଗ୍ରୁପ-୨ର ପଏଣ୍ଟ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି । ଟିମ୍ ଇଣ୍ଡିଆ ଆରାମରେ ସେମିଫାଇନାଲରେ ପ୍ରବେଶ କରିବାକୁ ନିଜର ଶେଷ ଦୁଇଟି ମ୍ୟାଚ୍ ଜିତିବାକୁ ଚେଷ୍ଟା କରିବ । ଏହି ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ଥିବାରୁ ଟିମ୍ ଇଣ୍ଡିଆ ସହଜରେ ୨ଟି ପଏଣ୍ଟ ହାସଲ କରିବ ବୋଲି ଆଶା କରାଯାଉଛି । କିନ୍ତୁ ଯଦି ବର୍ଷା ଯୋଗୁଁ ଏହି ମ୍ୟାଚ୍ ବାତିଲ ହୁଏ ତେବେ ଭାରତ କେବଳ ଗୋଟିଏ ପଏଣ୍ଟ ପାଇବ । ଆଜି ଅର୍ଥାତ ମଙ୍ଗଳବାର ଦିନ ଆଡିଲେଡରେ ବର୍ଷା ଜାରି ରହିଛି । ଏହା ପୂର୍ବାନୁମାନ ପାଣିପାଗ ବିଭାଗ ତରଫରୁ କରାଯାଇଥିଲା ।