ମୋରବି ଘଟଣା ଦୋଷୀଙ୍କ ଚଢାଉ କରୁ ଇଡି-ସିବିଆଇ : ମମତା ବାନାର୍ଜୀ

କୋଲକାତା : (ସଂକେତ୍ ଟିଭି) ମୋରବି ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କ ବିରୋଧରେ ଇଡି ଏବଂ ସିବିଆଇ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି? ସେମାନେ କେବଳ ସାଧାରଣ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି। ଉତ୍ତରଦାୟିତ୍ୱ ସ୍ଥିର ହେବା ଉଚିତ। ଏହା କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଗୁଜରାଟର ମୋରବିରେ ଘଟିଥିବା ଝୁଲାପୋଲ ଦୁର୍ଘଟଣା ଦେଶ ତଥା ବିଶ୍ୱକୁ ଥରାଇ ଦେଇଛି। ଯେତେବେଳେ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ଏହା ଉପରେ ଦୁଃଖ ପ୍ରକାଶ କରିଛନ୍ତି ସେତେବେଳେ ଦେଶର ବଡ ନେତାମାନେ ଏହାକୁ ରାଜନୈତିକ ରୂପ ନଦେବାକୁ ଆହ୍ବାନ ଦେଇଛନ୍ତି। ଏହି ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ରାଜନୀତି ଅପେକ୍ଷା ଲୋକଙ୍କ ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ। ମୁଁ ଏହା ଉପରେ କୌଣସି ମନ୍ତବ୍ୟ ଦେବି ନାହିଁ।

ସେ ଏହା ମଧ୍ୟ କହିଛନ୍ତି ଯେ ମୁଁ ମୃତକ ତଥା ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଉଛି। ଅନେକଙ୍କର ମୃତ୍ୟୁ ଘଟିଛି ଏବଂ ଅନେକେ ନିଖୋଜ ଅଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଅଧୀନରେ ଏକ ନ୍ୟାୟିକ କମିଶନ ଗଠନ କରାଯିବା ଉଚିତ।