ବାଇକକୁ ପଛପଟୁ ଧକ୍କା ଦେଲା ଡମ୍ଫର, ଜଣେ ମୃତ ୨ ଗୁରୁତର

ବସ୍ତା : (ପ୍ରଶାନ୍ତ ସେନାପତି) ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥର ଭେଲୋରା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣା ସ୍ଥଳରେ ଜଣେ ମହିଳା ଙ୍କ ମୃତ୍ଯୁ ହୋଇଥିବା ବେଳେ 2 ଜଣ ଗୁରୁତର ହୋଇଛନ୍ତି ।

ସୂଚନା ଅନୁଯାୟୀ ଜଳେଶ୍ବର ଥାନା ଅନ୍ତର୍ଗତ ତାଳଗଛିଆ ଗ୍ରାମର ନରୋତ୍ତମ ବେହେରା ଙ୍କ ସ୍ତ୍ରୀ ରଞ୍ଜୁଲତା ତାଙ୍କ ପୂଅ ଏବଂ ପୁତୁରା ଙ୍କୁ ସାଙ୍ଗରେ ନେଇ ବାଇକ୍ ରେ ରୂପ୍ସା ଯାଉଥିବା ବେଳେ ଭେଲୋରା ଛକ ନିକଟରେ ଜଳେଶ୍ବର ରୁ ବାଲେଶ୍ବର ଅଭିମୁଖେ ଯାଉଥିବା ଏକ ଡମ୍ପର ଦୃତଗତିରେ ଆସି ପଛପଟୁ ବାଇକ୍ କୁ ଧକ୍କା ଦେଇଥିଲା । ଯାହା ଫଳରେ 3 ଜଣ ଯାକ ବାଇକ୍ ରୁ ଛିଟିକି ପଡିଥିଲେ । ଘଟଣା ସ୍ଥଳରେ ମା ରଞ୍ଜୁଲତା ଙ୍କ ମୃତ୍ଯୁ ହୋଇଥିବା ବେଳେ ପୂଅ ବଳରାମ ଏବଂ ପୁତୁରା ସୂର୍ଯ୍ଯକାନ୍ତ ଗୁରୁତର ହୋଇଛନ୍ତି ।

ଖବର ପାଇ ବସ୍ତା ଥାନା ପୋଲିସ ଏବଂ ଜାତୀୟ ରାଜପଥ ପେଟ୍ରୋଲିଂ ଭ୍ଯାନ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ଯବଛେଦ ପାଇଁ ପଠାଇବା ସହ ଦୁଇ ଗୁରୁତର ଙ୍କୁ ଆମ୍ବୁଲାନ୍ସ ସାହାଯ୍ଯ ରେ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର କୁ ପଠାଇଛି । ଦୁର୍ଘଟଣା ଘଟାଇବା ପରେ ଡମ୍ପର ର ଡ୍ରାଇଭର ଗାଡି ଛାଡି ଫେରାର ହୋଇଥିବା ବେଳେ ପୋଲିସ ଡମ୍ପର ଏବଂ ବାଇକ କୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।