କମିଲା ଏଲପିଜି ସିଲିଣ୍ଡର ଦର, ଏକାବେଳକେ କମିଲା ୧୧୫ ଟଙ୍କା

ନୂଆଦିଲ୍ଲୀ : (ସଂକେତ୍ ଟିଭି ) କମିଲା ଏଲ୍‌ପିଜି ସିଲିଣ୍ଡର ଦର। କମର୍ସିଆଲ୍‌ ସିଲିଣ୍ଡରର ଦାମ୍‌ ଶସ୍ତା ହୋଇଛି । ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ଅନୁଯାୟୀ ଦେଶବ୍ୟାପୀ ୧୯ କେଜି କମର୍ସିଆଲ ସିଲିଣ୍ଡରର ଦର ଏକାବେଳକେ ୧୧୫ ଟଙ୍କା ୫୦ ପଇସା ହ୍ରାସ ପାଇଛି । ତେବେ ୧୪ କିଲୋଗ୍ରାମ ଘରୋଇ ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ।

ରିପୋର୍ଟ ଅନୁଯାୟୀ, ନଭେମ୍ବର ୧ରୁ ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ ୧୧୫.୫ ଟଙ୍କା, କୋଲକାତାରେ ୧୧୩ ଟଙ୍କା, ମୁମ୍ବାଇରେ ୧୧୫.୫ ଟଙ୍କା, ଚେନ୍ନାଇରେ ୧୧୬.୫ ଟଙ୍କା ଶସ୍ତା ହୋଇଛି। ଏହା ପୂର୍ବରୁ ଅକ୍ଟୋବର ୧ରେ ସିଲିଣ୍ଡରର ଦାମ ୨୫ ଟଙ୍କା ଶସ୍ତା ହୋଇଥିଲା। ନୂଆ ଦର ଲାଗୁ ହେବା ପରେ ରାଜଧାନୀ ଦିଲ୍ଲୀରେ ବ୍ୟବସାୟିକ ସିଲିଣ୍ଡରର ଦାମ୍ ୧୮୫୯.୫୦ ଟଙ୍କା ଥିବା ବେଳେ କୋଲକାତାରେ ଏହା ଏବେ ୧୮୪୬ ଟଙ୍କାରେ ମିଳିବ। ମୁମ୍ବାଇରେ ବ୍ୟବସାୟିକ ସିଲିଣ୍ଡର ୧୮୪୪ ଟଙ୍କା ବଦଳରେ ୧୬୯୬ ଟଙ୍କାରେ ଏବଂ ଚେନ୍ନାଇରେ ୨୦୦୯.୫୦ ଟଙ୍କା ସ୍ଥାନରେ ୧୮୯୩ରେ ମିଳିବ।