ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଳୀ : (ସଂକେତ୍ ଟିଭି) ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଗୁଜରାଟରେ ୧ ଓ ୫ ଡିସେମ୍ବରରେ ମତଦାନ ହେବ । ୮ ଡିସେମ୍ବରରେ ଫଳାଫଳ ପ୍ରକାଶ ପାଇବ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୫ ନଭେମ୍ବରରେ ବିଜ୍ଞପ୍ତି ପ୍ରକାଶ ପାଇବ। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୦ ନଭେମ୍ବରରେ ବିଜ୍ଞପ୍ତ ପ୍ରକାଶ ପାଇବ। ୧୪ ନଭେମ୍ବରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେବ। ୧୭ ନଭେମ୍ବରରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେବ। ନଭେମ୍ବର ୧୫ ରେ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପତ୍ର ଯାଞ୍ଚ ଏବଂ ନଭେମ୍ବର ୧୮ ରେ ଦ୍ବିତୀୟ ପର୍ଯ୍ୟାୟ ନାମାଙ୍କନ ଦାଖଲର ଯାଞ୍ଚ ହେବ। ନଭେମ୍ବର ୧୭ ଏବଂ ୨୧ ରେ ନାମାଙ୍କନ ପ୍ରତ୍ୟାହାର ହେବ । ୧ ଏବଂ ୫ ଡିସେମ୍ବରରେ ମତଦାନ ହେବ। ହିମାଚଳ ପ୍ରଦେଶର ନିର୍ବାଚନ ଫଳାଫଳ ସହ ୮ ଡିସେମ୍ବରରେ ଆସିବ ଫଳାଫଳ ଏବଂ ୧୦ ଡିସେମ୍ବର ମଧ୍ୟରେ ସମସ୍ତ ନିର୍ବାଚନ ପ୍ରକ୍ରିୟା ସରିବ।

ଗୁଜରାଟରେ ସବୁ ୧୮୩ ବିଧାନସଭା ସିଟ୍‌ରେ ନିର୍ବାଚନ ହେବ। ଚଳିତ ବର୍ଷ ୪.୯ କୋଟି ଭୋଟରେ ସେମାନଙ୍କର ମତ ସାବ୍ୟସ୍ତ କରୁଥିବାବେଳେ ୩.୨୪ ଲକ୍ଷ ନୂଆ ଭୋଟର ରହିଛନ୍ତି। ଗୁଜରାଟରେ ୫୧୭୮୨ ପୋଲିଂ ଷ୍ଟେସନ କରାଯିବ। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ୧୪୨ ମଡେଲ ପୋଲିଂ ଷ୍ଟେସନ। ୧୨୭୪ ପୋଲିଂ ଷ୍ଟେସନ କେବଳ ମହିଳା ନିୟୋଜିତ ହେବେ।

୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ୯୯ ସିଟ୍‌ରେ ଜିତିଥିଲା ଏବଂ କଂଗ୍ରେସ ୭୭ ସିଟ୍‌ରେ ଜିତିଥିଲା। ତେବେ ଏହାରି ମଧ୍ୟରେ ଆମ୍‌ ଆଦମୀ ପାର୍ଟୀ ଏହାର ୨୨ ଆଶାୟୀଙ୍କ ଏକ ସୂଚନା ଜାରି କରିଛି। ଅବଶ୍ୟ ବିଜେପି ଏବଂ କଂଗ୍ରେସ ମଧ୍ୟ ଏପର୍ଯ୍ୟନ୍ତ ନିର୍ବାଚନ ଆଶାୟୀଙ୍କୁ ଘୋଷଣା କରିନାହାଁନ୍ତି ।