କଂଗ୍ରେସ ପାର୍ଟି ଏକା ଚାଲିବ: ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ : (ସଂକେତ୍ ଟିଭି) କଂଗ୍ରେସ ପାର୍ଟି ଏକା ଚାଲିବଛ ଦଳକୁ କାହାର ସାହାଯ୍ୟ ଆବଶ୍ୟକ ନାହିଁ । କଂଗ୍ରେସ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଅଣବିଜେପି ସରକାର ଗଠନ କରିବ । କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ନିଜର ପ୍ରଥମ ସାର୍ବଜନୀନ ସମ୍ବୋଧନରେ ଏହା କହିଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ ।

ଖଡଗେ କହିଛନ୍ତି, କଂଗ୍ରେସ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଅଣବିଜେପି ସରକାର ଗଠନ କରିବ । ଦଳରେ ସଭାପତି ଭାବେ ନିର୍ବାଚିତ ହେବା ପରେ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇ ଖାଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ । ମୋଦି ପ୍ରତିଦିନ ମିଛ ପ୍ରଚାର କରୁଥିବା ସେ ଅଭିଯୋଗ ଆଣିଛନ୍ତି ।

ଖଡଗେ କହିଛନ୍ତି, ଯଦି କୌଣସି ଅଣବିଜେପି ସରକାର ଆସିବ, ତେବେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଆସିବ । ଆମେ ସରକାର ଗଠନ କରିବୁ । ସେ କହିଛନ୍ତି ଭାରତ ଯୋଡୋ ଯାତ୍ରାରେ ବହୁ ସଂଖ୍ୟାରେ ଯୁବକଙ୍କ ସମର୍ଥନ ମିଳୁଛି । କାରଣ ୨୦୧୪ ଲୋକସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିବା ୨ କୋଟି ରୋଜଗାର ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।

ଖଡଗେ କହିଛନ୍ତି, ‘ଗୁଜରାଟ ର୍ନିବାଚନ ତାରିଖ ଘୋଷଣା ବିଳମ୍ୱ ହୋଇଥିଲା । କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୋର୍ବିରେ ଛିଣ୍ଡିଥିବା ପୋଲ ପରି ଅନ୍ୟ ପୋଲ ଗୁଡିକର ଉଦଘାଟନ କରିବାର ଅଛି । ସେହିପରି ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କୁ ଟାର୍ଗେଟ କରିଛନ୍ତି । ଜାତୀୟ ରାଜନୀତିକୁ ନଜର ରଖି କେସିଆର ରାଜ୍ୟବାସୀଙ୍କ କଲ୍ୟାଣକୁ ଅଣଦେଖା କରୁଥିବା ସେ ଅଭିଯୋଗ କରିଛନ୍ତି ।