ଟୁଇଟର୍‌ ରୁ ଅଧା କର୍ମଚାରୀଙ୍କୁ ଛଟେଇ କରିବେ ଏଲନ୍‌ ମସ୍କ୍‌

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଏଲନ୍‌ ମସ୍କ୍‌ ‘ଟୁଇଟର୍‌’ କର୍ମଚାରୀଙ୍କ ସଂଖ୍ୟା ଅଧା କରିବାକୁ ଯୋଜନା କରୁଛନ୍ତି । ଖର୍ଚ୍ଚ କାଟ ପାଇଁ ଏହା କରାଯାଉଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛନ୍ତି।

ରିପୋର୍ଟ ଅନୁସାରେ, ‘ଟୁଇଟର୍‌’ରେ ଚାକିରି ସଂଖ୍ୟା ଅଧା ହ୍ରାସ କରିବା ଲାଗି ମସ୍କ୍‌ ଯୋଜନା କରୁଛନ୍ତି। ଏଥିରେ ପ୍ରାୟ ୩୭୦୦ ଚାକିରି ଯିବ। କୁହାଯାଉଛି, ଚଳିତ ସପ୍ତାହାନ୍ତରେ କର୍ମଚାରୀମାନଙ୍କୁ ଏ ବିଷୟରେ ସୂଚନା ଦିଆଯିବ।