ନଭେମ୍ବର ୨୪ରୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର : (ସଂକେତ୍ ଟିଭି) ନଭେମ୍ବର ୨୪ରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ଶୀତକାଳୀନ ଅଧିବେଶନରେ ମୋଟ୍ ୩୩ଟି କାର୍ଯ୍ୟ ଦିବସ ରହିବ ବୋଲି ଜଣାପଡିଛି ।

ତେବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ଅଧିବେଶନର ପ୍ରଥମ ଦିନ ଅତିରିକ୍ତ ବଜେଟ ଆଗତ କରିବେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଧାନସଭା ପରିଚାଳନା ପାଇଁ ବାଚସ୍ପତି ଖୁବ୍‌ଶୀଘ୍ର ସର୍ବଦଳୀୟ ବୈଠକ ଡକାଇପାରନ୍ତି ।