ଜନ ଔଷଧି କେନ୍ଦ୍ରରେ ଚାଲିଛି ନକଲି ଔଷଧ କାରବାର !
ଭୁବନେଶ୍ୱର : (ସଂକେତ୍ ଟିଭି) ଜନ ଔଷଧି ଭଳି ସରକାରୀ ସଂସ୍ଥା ବିରୋଧରେ ସଙ୍ଗିନ ଅଭିଯୋଗ ଆସିଛି । ଜନ ଔଷଧି କେନ୍ଦ୍ରରେ ମିଳୁଥିବା ରକ୍ତ ଚାପ ଔଷଧ ଟେଲମୀସର୍ଟନ-୪୦ ଔଷଧ ନକଲି ଥିବା ଅଭିଯୋଗ ହୋଇଛି। ଔଷଧର ଖୋଳରେ ଥିବା ବାର କୋଡ଼କୁ ସ୍କାନ କଲେ ତାହା ଔଷଧ କମ୍ପାନୀ ପରିବର୍ତ୍ତେ ଏକ ମେଥ ସଲ୍ୟୁସନର ଠିକଣା ଦେଖାଉଛି। ଏପରିକି ଔଷଧ ଷ୍ଟ୍ରିପରେ ଥିବା ବାର କୋଡ଼ ଆଦୌ ସ୍କାନ ହେଉନାହିଁ। ଯାହା ଔଷଧର ବୈଧତାକୁ ନେଇ ସନ୍ଦେହ ସୃଷ୍ଟି କରିଛି।
ଏନେଇ ଡ୍ରଗ୍ସ ନିୟନ୍ତ୍ରଣ ନିର୍ଦେଶାଳୟ ନିକଟରେ ଅଭିଯୋଗ ପରେ ତନାଘନା ଆରମ୍ଭ ହୋଇଛି। ନିର୍ଦେଶାଳୟ ପକ୍ଷରୁ ସମ୍ପୃକ୍ତ ଔଷଧର ନମୁନା ସଂଗ୍ରହ କରି ରାଜ୍ୟ ଟେଷ୍ଟିଂଲ୍ୟାବକୁ ପଠାଇବାକୁ ନିର୍ଦେଶ ଦିଆଯାଇଛି।
ଜନ ଔଷଧି କେନ୍ଦ୍ରରେ କମ ମୂଲ୍ୟରେ ଔଷଧ ଯୋଗାଇବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ବେକେ ଏହା ଉପରେ ବହୁତ ଲୋକ ନିର୍ଭର କରିଥାନ୍ତି। ଏଠାରେ ଏଭଳି ନକଲି ଔଷଧ କାରବାର ସମସ୍ତଙ୍କୁ ଚକିତ କରିଛି। ତୁରନ୍ତ ଘଟଣାର କରିବାକୁ ଖୋର୍ଦ୍ଧା ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଙ୍ଘର ସଭାପତି ପ୍ରଗତି ମହାନ୍ତି ଦାବି କରିଛନ୍ତି। ସେପଟେ ଟେଷ୍ଟିଂ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ରାଜ୍ୟ ଔଷଧ ନିୟନ୍ତ୍ରକ ସୁବୋଧ ନାୟକ କହିଛନ୍ତି।