ଭାରତ ଓ ଆଇସିସି ଉପରେ ବୟାନ ଦେଇ ଫସିଲେ ସହିଦ ଆଫ୍ରିଦି

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଆଇସିସି ଟିମ୍ ଇଣ୍ଡିଆର ପକ୍ଷ ନେଉଛି । ସେ ଚାହୁଁଥିଲା ଯେ ଭାରତ ଯେକୌଣସି ଭାବରେ ଟି-୨୦ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରୁ । ଏଭଳି ବୟାନ ଦେଇ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ସହିଦ ଆଫ୍ରିଦି ।

ପାକିସ୍ତାନୀ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସହିଦ ଆଫ୍ରିଦି କହିଛନ୍ତି, ‘ଆପଣ ନିଶ୍ଚିତ ଭାବରେ ଗ୍ରାଉଣ୍ଡ ଦେଖିଥିବେ ଯେ ଏହା କେତେ ଓଦା ଥିଲା । କିନ୍ତୁ ଆଇସିସି ଟିମ୍ ଇଣ୍ଡିଆକୁ ସମର୍ଥନ କରୁଥିଲା । ସେ ଚାହୁଁଥିଲା ଯେ ଯେ ଭାରତ ଯେକୌଣସି ଭାବରେ ସେମିଫାଇନାଲରେ ପ୍ରବେଶ କରୁ । ଭାରତ-ପାକିସ୍ଥାନରେ ଅମ୍ପାୟାରିଂ କରୁଥିବା ଅମ୍ପାୟାରମାନେ ଭାରତ-ବାଂଲାଦେଶ ମ୍ୟାଚରେ ଅମ୍ପାୟାର ହୋଇଥିଲେ । ମୁଁ ଆପଣଙ୍କୁ କହିବି, ତାଙ୍କୁ ଶ୍ରେଷ୍ଠ ଅମ୍ପାୟାର ପାଇଁ ପୁରସ୍କାର ମଧ୍ୟ ଦିଆଯିବ ।’

ତେବେ କ୍ରିକେଟ ବିଶେଷଜ୍ଞମାନେ ଏକଥାକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି । ସେମାନେ ପ୍ରଶ୍ନ କରିଛନ୍ତି ଯେ ଯଦି ଏହା ହୋଇଥାନ୍ତା, ତେବେ ଗତ ଟି-୨୦ ବିଶ୍ୱକପରେ ପ୍ରଥମ ରାଉଣ୍ଡରେ ଟିମ୍ ଇଣ୍ଡିଆ କିପରି ଆଉଟ୍ ହେଲା? ପ୍ରକୃତ କଥା ହେଉଛି ବାସ୍ତବରେ ଟିମ୍ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟରେ ଏକ ଭଲ ଖେଳ ପ୍ରଦର୍ଶନ କରୁଥିବାବେଳେ, ପାକିସ୍ତାନୀ ଦଳର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି । ସେମିଫାଇନାଲରେ ପ୍ରବେଶ କରିବାର ପାକିସ୍ତାନର ଆଶା ଏବେ ମଧ୍ୟ ନିଶ୍ଚିତ ନାହିଁ ଓ ଭାରତୀୟ ଦଳ ପ୍ରାୟ ସେମିଫାଇନାଲରେ ପ୍ରବେଶ କରିଛି । ବୋଧହୁଏ ଏହି କାରଣ ଯୋଗୁଁ ସହିଦ ଆଫ୍ରିଦି ଇର୍ଷାପରାୟଣ ହୋଇପଡିଛନ୍ତି ।