ଭୁବନେଶ୍ବର ଏମ୍ସରୁ ୧୨ ଜଣ ଦଲାଲଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର : (ସଂକେତ୍ ଟିଭି) ଭୁବନେଶ୍ବର ଏମ୍ସରୁ ୧୨ ଜଣ ଦଲାଲଙ୍କୁ ପୋଲିସ ଗିରଫ କରିଛି । ଟିକେଟ ଦଲାଲ କରୁଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୋଲିସ ଏହି ଦଲାଲ୍‌ମାନଙ୍କୁ ଗିରଫ କରିଛି । ବିଭିନ୍ନ ଆଳରେ ବାହାର ଜିଲ୍ଲାରୁ ଆସୁଥିବା ରୋଗୀ ଓ ସମ୍ପର୍କୀୟଙ୍କୁ ଠକି ଏମାନେ ଟଙ୍କା ନେଉଥିଲେ । ଟିକେଟ, ଆଡମିଶନ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ କହି ସେମାନଙ୍କୁ ଲୁଟୁଥିଲେ । ଦଲାଲମାନେ ଆଗୁଆ ଟିକେଟ କାଟି ରୋଗୀଙ୍କୁ ୪ରୁ ୫ହଜାର ଟଙ୍କାରେ ବିକୁଥିଲେ ବୋଲି ଜଣାଯାଇଥିଲା।

ଏନେଇ ଖଣ୍ଡଗିରି ଥାନା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଆଜି ଚଢାଉ କରି ୧୨ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ଧରପଗଡ଼ ଜାରି ରହିଛି। ଆଗକୁ ଦଲାଲଙ୍କ ସଂଖ୍ୟା ବଢିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।