EntertainmentLatest

ବିରଳ ରୋଗରେ ପୀଡିତ ଅଭିନେତ୍ରୀ ସମନ୍ଥା

ମୁମ୍ବାଇ : (ସଂକେତ୍ ଟିଭି) ସାଉଥ୍ ଅଭିନେତ୍ରୀ ସମନ୍ଥା ପ୍ରାୟତଃ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ସମନ୍ଥା ତାଙ୍କ ଚଳଚ୍ଚିତ୍ର ‘ଯଶୋଦା’ର ଟ୍ରେଲରକୁ ନେଇ ଏବେ ପ୍ରଶଂସକମାନେ ପ୍ରଶଂସା କରୁଥିବାବେଳେ ସେ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ସମନ୍ଥା ବର୍ତ୍ତମାନ ଏକ ବିରଳ ରୋଗରେ ପୀଡିତ ଅଛନ୍ତି ।

ସେ ଲେଖିଛନ୍ତି, ଯେ ‘ଯଶୋଦା ଟ୍ରେଲରକୁ ଆପଣଙ୍କର ମିଳିଥିବା ଭଲପାଇବା ଜବରଦସ୍ତ ଥିଲା । ଏହି ଭଲପାଇବା ହିଁ ମୋତେ ଜୀବନରେ ସମ୍ମୁଖୀନ ହେଉଥିବା ଅସୀମ ଆହ୍ୱାନର ମୁକାବିଲା କରିବାକୁ ଶକ୍ତି ଦେଇଥାଏ । କିଛି ମାସ ପୂର୍ବରୁ ମୋତେ ମାୟୋସିଟିସ ନାମକ ଏକ ବିରଳ ରୋଗ ହୋଇଥିବାର ଜଣାପଡିଥିଲା । ମୁଁ ସୁସ୍ଥ ହେବା ପରେ ଏବାବଦରେ ଜଣାଇବାକୁ ଚାହୁଁଥିଲି, କିନ୍ତୁ ମୋର ଆଶା ଅପେକ୍ଷା ସୁସ୍ଥ ହେବାକୁ ଅଧିକ ସମୟ ଲାଗୁଛି । ଡାକ୍ତରମାନେ ନିଶ୍ଚିତ ଅଛନ୍ତି ଯେ ମୁଁ ଶୀଘ୍ର ସମ୍ପୂର୍ଣ୍ଣ ଆରୋଗ୍ୟ ହେବି । ମୋର ଭଲ ଦିନ ଏବଂ ଖରାପ ଦିନ ଅଛି ।

‘ଶାରୀରିକ ଏବଂ ଭାବନାତ୍ମକ ଭାବରେ ମୋତେ ଲାଗୁଛି ଯେ ମୁଁ ଗୋଟିଏ ବି ଦିନ ଆଉ ସମ୍ଭାଳିପାରିବି ନାହିଁ । କିନ୍ତୁ କୌଣସି ପ୍ରକାରେ ସେହି ମୁହୂର୍ତ୍ତଟି ଅତିବାହିତ ହୁଏ । ମୁଁ ଅନୁମାନ କରୁଛି ଏହାର ଅର୍ଥ କେବଳ ଗୋଟିଏ ହିଁ ହୋଇପାରେ ଯେ ମୁଁ ସୁସ୍ଥ ହେବାର ସମୟ ପାଖକୁ ଆସୁଛି’ । ସୂଚନା ଥାଉ କି ଯେ ସମନ୍ଥା ଏହା ସହିତ ନିଜର ଏକ ଫଟୋ ସେୟାର କରିଛନ୍ତି । ଏଥିରେ ସେ ତାଙ୍କ ହାତରେ ସାଲାଇନ ଲାଗିଥିବାର ଦେଖିବାକୁ ମିଳିଛି ।