ହିମାଚଳ ପାଇଁ କଂଗ୍ରେସର ନିର୍ବାଚନୀ ଇସ୍ତାହାର : ଯୁବାଙ୍କୁ ଚାକିରି, ମାଗଣା ବିଜୁଳି

ଶିମଲା : (ସଂକେତ୍ ଟିଭି) କଂଗ୍ରେସ ଦଳ ଆଜି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ତା’ର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛି। ଶିମ୍‌ଲାଠାରେ ଥିବା ଦଳୀୟ ମୁଖ୍ୟାଳୟରେ ଏହି ଇସ୍ତାହାର ଉନ୍ମୋଚନ ହୋଇଥିଲା। କଂଗ୍ରେସ ଯୁବାଙ୍କ ପାଇଁ କର୍ମସଂସ୍ଥାନ ବ୍ୟବସ୍ଥା, ୩୦୦ ୟୁନିଟ୍‌ ମାଗଣା ବିଜୁଳି ଏବଂ ମହିଳାମାନଙ୍କୁ ମାସିକ ଅନୁକମ୍ପା ରାଶି ସମେତ ରାଜ୍ୟବାସୀଙ୍କୁ ‘୧୦ଟି ଗ୍ୟାରେଣ୍ଟି’ ପ୍ରତିଶ୍ରୁତି ଦେଇଛି।

ଇସ୍ତାହାରରେ ଥିବା ’୧୦ଟି ଗ୍ୟାରେଣ୍ଟି’ ହେଉଛି: ପୁରାତନ ପେନ୍‌ସନ୍‌ ଯୋଜନା ନବୀକରଣ, ୫ ଲକ୍ଷ ଯୁବାଙ୍କ ପାଇଁ କର୍ମସଂସ୍ଥାନ ସୁବିଧା, ହିମାଚଳ ମହିଳାମାନଙ୍କୁ ମାସିକ ୧୫୦୦ ଟଙ୍କା ଅନୁକମ୍ପା ରାଶି, ହିମାଚଳ ପ୍ରଦେଶରେ ୩୦୦ ୟୁନିଟ୍‌ ମାଗଣା ବିଜୁଳି ଯୋଗାଣ, ଯୁବାଙ୍କ ନିମନ୍ତେ ୬୮୦ କୋଟି ଟଙ୍କାର ‘ଷ୍ଟାର୍ଟ-ଅପ୍’ ପାଣ୍ଠି, ହିମାଚଳର ପ୍ରତ୍ୟେକ ବିଧାନସଭା ଅଞ୍ଚଳରେ ୪ଟି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଖୋଲିବ, ଭ୍ରାମ୍ୟମାଣ କ୍ଲିନିକ୍‌ ମାଧ୍ୟମରେ ପ୍ରତି ଗାଁରେ ମାଗଣା ଡାକ୍ତରୀ ଚିକିତ୍ସା,
କିଲୋପିଛା ୨ଟଙ୍କା ମୂଲ୍ୟରେ ଗୋବର ଖରିଦ କରାଯିବ।