ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା; ଡିସେମ୍ବର ୫ରେ ଉପନିର୍ବାଚନ

ଭୁବନେଶ୍ୱର : (ସଂକେତ୍ ଟିଭି) ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଣଣା ହୋଇଛି । ଏହି ଉପନିର୍ବାଚନ ଡିସେମ୍ବର ୫ରେ ଅନୁଷ୍ଠିତ ହେବ ଏବଂ ଡିସେମ୍ବର ୮ରେ ଭୋଟ ଗଣତି ହେବ । ଏଥିପାଇଁ ଆସନ୍ତା ୧୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ।

ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ଏହି ଆସନଟି ଖାଲି ପଡିଛି । ଇତି ମଧ୍ୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦପ୍ତର ଠାରୁ ଆରମ୍ଭ କରି ବରଗଡ ଜିଲ୍ଲାପାଳଙ୍କ ଦପ୍ତରରେ ପଦ୍ମପୁର ଉପନିର୍ବାଚନକୁ ଆଖିଆଗରେ ରଖି ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି ।

୨୦୧୪ରେ ପଦ୍ମପୁର ଆସନରୁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୟୀ ହୋଇଥିଲେ । ତେବେ ୨୦୧୯ ରେ ପ୍ରାୟ ୫ହଜାର ଭୋଟ ବ୍ୟବଧାନରେ ପ୍ରଦୀପଙ୍କୁ ପରାସ୍ତ କରି ବିଜୟ ରଞ୍ଜନ ସିଂ ବରିହା ଏଠାରୁ ବିଜୟୀ ହୋଇଥିଲେ ।