ପଶ୍ଚିମବଙ୍ଗକୁ ଚାଲାଣ କରୁଥିବା ୮ ଗୋରୁ ବୋଝେଇ କଣ୍ଟେନର ଜବତ

ବାଲିଆପାଳ : (ଉମାକାନ୍ତ ନାୟକ) ଓଡିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ ବେଳେ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରୁ 5 ଟି ଓ ବେଲିଗୋପୀନାଥ ପୁର ଗ୍ରାମରୁ ତିନୋଟି ଗୋରୁ ବୋଝେଇ କେଣ୍ଟନରକୁ ପୋଲିସ ଜବତ କରିଛି । ସେଥିରୁ 800 ରୁ ଉର୍ଧ୍ବ ଗୋରୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥ ଦେଇ ଓଡିଶାରୁ ପଶ୍ଚିମବଙ୍ଗକୁ ପ୍ରତ୍ୟେକ ଦିନ ବିଭିନ୍ନ ଗାଡି ମାଧ୍ଯମରେ ଶହ ଶହ ଗୋରୁ ଚୋରା ଚାଲାଣ ହେଇ ଆସୁଥିଲା । ଗତକାଲି ବିଳମ୍ବିତ ରାତିରେ 8 ଟି କେଣ୍ଟନର ରେ 800 ରୁ ଉର୍ଦ୍ଧ ଗୋରୁ ବୋଝେଇ ହୋଇ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିଲା । କୌଣସି ସୂତ୍ରରୁ ଖବର ପାଇ ଜଳେଶ୍ବର ପୋଲିସ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଚଢଉ କରି ଗାଡି ଗୁଡିକୁ ଜବତ କରିବା ସହ ଗୋରୁ ଗୁଡିକୁ ଉଦ୍ଧାର କରିଛି, 4 ଜଣକୁ ଅଟକ ରଖି ତଦନ୍ତ ଚଳାଇଛନ୍ତି ।