ଜାଲରେ ପଡ଼ିଲା ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ତେଲିଆ ଭୋଲା ମାଛ

ବାଲିଆପାଳ : (ଉମାକାନ୍ତ ନାୟକ) ଓଡ଼ିଶା ପଶ୍ଚିମ ବଙ୍ଗ ସୀମାନ୍ତ ଦିଘା ମୁହାଣରେ ଆଜି ଧୀବରଙ୍କ ଜାଲରେ ୩୬ କିଲୋ ୫୦୦ ଗ୍ରାମ ଓଜନର ଗୋଟିଏ ମାଛ ପଡିଥିଲା । ଏହାର ଦାମ ଥିଲା ୨ ଲକ୍ଷ ୭୩ ହଜାର ୭୫୦ ଟଙ୍କା । ଏହାକୁ କୋଲକାତାର ସୂର୍ଯ୍ୟ ଆଣ୍ଡ କମ୍ପାନୀ ଏହି ମାଛକୁ ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଦେଇ କିଣିଥିବା ସୂଚନା ମିଳିଛି । ଦିଘା ଏଶ୍ଚୁଆରୀର ମାଛ ବ୍ୟବସାୟୀ ତଥା କାଣ୍ଟି ଟ୍ରଲର ମାଲିକ ବିବେକ କରଣ ଏକ ବଡ଼ ମୂଲ୍ୟବାନ ତେଲିଆ ଭୋଲା ମାଛ ଧରିଥିଲେ । ଏହି ମାଛରୁ ଔଷଧ ସହିତ ମାଦକ ଦ୍ରବ୍ୟ ତିଆରି ରେ ବ୍ୟବହାର କରାଯାଏ, ଏହି ମାଛ ର ଚାହିଦା ବିଦେଶ ରେ ବହୁ ଚାହିଦା ଅଛି ।