ଧାମନଗର ଉପନିର୍ବାଚନରେ ବିଜେପିର ବାଜିମାତ୍, ୯ ହଜାରରୁ ଅଧିକ ଭୋଟରେ ଜିତିଲେ ସୂର୍ଯ୍ୟବଂଶୀ

ଧାମନଗର : (ସଂକେତ୍ ଟିଭି) ଧାମନଗର ଉପନିର୍ବାଚନରେ ବିଜେପି ବାଜିମାତ୍ କରିଛି । ଭୋଟ ଗଣନା ଶେଷ ସୁଦ୍ଧା ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଙ୍କୁ 80,351 ଭୋଟ ମିଳିଥିବା ବେଳେ ବିଜୁ ଜନତା ଦଳ ପ୍ରାର୍ଥୀ ଅବନ୍ତୀ ଦାସ ଙ୍କୁ 70470 ଭୋଟ ମିଳିଛି। ତେବେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୁ ଜନତା ଦଳ ପ୍ରାର୍ଥୀ ଅବନ୍ତୀ ଦାସ ଙ୍କ ଠାରୁ 9881 ଭୋଟରେ ବିଜୟୀ ହୋଇଛନ୍ତି।

ସେପଟେ ବିଜେଡି ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ 8153 ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ 3561 ଖଣ୍ଡ ଭୋଟ ପାଇଛନ୍ତି ।