୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଦେବ କଂଗ୍ରେସ, ଗୁଜରାଟବାସୀଙ୍କୁ ରାହୁଲଙ୍କ ପ୍ରତିଶ୍ରୁତି

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରତିଶ୍ରୁତି ବର୍ଷା କରିଛନ୍ତି । ସେ ଗୁଜରାଟବାସୀଙ୍କୁ ୮ ପ୍ରତିଶ୍ରୁତି ଦେଇଛନ୍ତି ।

ରାଜ୍ୟବାସୀଙ୍କୁ ୫୦୦ ଟଙ୍କାରେ ସିଲିଣ୍ଡର, ଯୁବକଙ୍କୁ ୧୦ ଲକ୍ଷ ଚାକିରି, କୃଷକଙ୍କ ୩ ଲକ୍ଷ ଯାଏଁ ଋଣ ଛାଡ ନେଇ ସେ ଟ୍ୱିଟରେ ଘୋଷଣା କରିଛନ୍ତି । ଏହାସହ ଗୁଜରାଟର ଜନତାଙ୍କ ପାଇଁ ୮ ପ୍ରତିଶ୍ରୁତି ପାଳନ କରିବେ ବୋଲି କହିଛନ୍ତି ।

କଂଗ୍ରେସର ନିର୍ବାଚନୀ ପ୍ରତିଶ୍ରୁତି ହେଉଛି- ଗୃହିଣୀଙ୍କ ପାଇଁ ୫୦୦ ଟଙ୍କାରେ ଘରୋଇ ଗ୍ୟାସ ସିଲିଣ୍ଡର, ୩୦୦ ୟୁନିଟ୍ ମାଗଣା ବିଜୁଳି । ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ଯୋଜନା ଲାଗୁ କରାଯିବ । କେଜିରୁ ପିଜି ଯାଅଁ ଝିଅମାନଙ୍କୁ ମାଗଣା ଶିକ୍ଷା, ରାଜ୍ୟରେ ୩ ହଜାର ନୂଆ ଇଂରାଜୀ ମାଧ୍ୟମ ସ୍କୁଲ । ଯୁବକଙ୍କ ପାଇଁ କଂଗ୍ରେସ ୧୦ ଲକ୍ଷ ଚାକିରି ପ୍ରତିଶ୍ରୁତି । ୩୦୦୦ ଟଙ୍କାର ବେରୋଜଗାରୀ ଭତ୍ତା । କରୋନାର ମୃତ ବ୍ୟକ୍ତିଙ୍କ ପରିଜନଙ୍କୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା । ଆଧୁନିକ ସବୁଧାରେ ଭରପୁର ନୂଆ ସରକାର ହସ୍ପିଟାଲ ନିର୍ମାଣ କରାଯିବ । ୧୦ ଲକ୍ଷ ଟଙ୍କା ଯାଏଁ ମାଗଣା ଚିକିତ୍ସା । କୃଷକଙ୍କ ପାଇଁ ୩ ଲକ୍ଷ ଯାଏଁ ଋଣ ଛାଡ କରାଯିବ । ବିଜୁଳି ବିଲ୍ ଛାଡ କରାଯିବ। ଡ୍ରଗ୍ସ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଇନ୍ଦିରା ରୋସେଇ ଯୋଜନାରେ ଗରିବ ଲୋକଙ୍କୁ କେବଳ ୮ ଟଙ୍କାରେ ଭୋଜନ ଗ୍ୟାରେଣ୍ଟି ।