ଦିଲ୍ଲୀରେ ଡିଜେଲ ଗାଡ଼ି ଚାଲିବା ଉପରେ ଉଠିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଦିଲ୍ଲୀ ପରିବହନ ବିଭାଗ ଦିଲ୍ଲୀ ସୀମାରେ ବିଏସ୍-୬ ଡିଜେଲ ଗାଡ଼ିକୁ ଛାଡ଼ି ଅନ୍ୟ ସମସ୍ତ ଡିଜେଲ ଗାଡ଼ି ଚାଲିବା ଉପରେ ପ୍ରତିବନ୍ଧକ ଲଗାଇଥିଲା । ଆଜି ତାକୁ ଉଠାଇ ଦିଆଯାଇଛି । ଦିଲ୍ଲୀରେ ପ୍ରଦୂଷଣର ମାତ୍ରା କମିବା ପରେ ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ସୂଚନା ଅନୁଯାୟୀ, ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ କ୍ରମାଗତ ଭାବେ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି । ଫଳରେ ଅଣନିଶ୍ବାସୀ ହୋଇ ପଡ଼ିଲେଣି ଦିଲ୍ଲୀବାସୀ । ପ୍ରଦୂଷଣର ମାତ୍ରାକୁ ହ୍ରାସ କରିବାକୁ ଡିଜେଲ ଗାଡି ଚଳାଇବା ଉପରେ ପ୍ରତିବନ୍ଧକ ନିଷ୍ପତ୍ତି ନିଆଯାଇଥିଲା। ଦିଲ୍ଲୀ ପରିବହନ ବିଭାଗ ସମସ୍ତ ଗାଡ଼ି ମାଲିକଙ୍କୁ ମେସେଜ୍ ପଠାଇ ସଚେତନ କରାଇଦେଇଥିଲା । ପରିବହନ ବିଭାଗରୁ ପ୍ରାୟ ପାଞ୍ଚ ଲକ୍ଷରୁ ଅଧିକ ବିଏସ-୬ ଠାରୁ କମ୍ ମାନର ଡିଜେଲ ଗାଡ଼ି ବ୍ୟବହାର କରୁଥିବା ମାଲିକମାନଙ୍କୁ ମେସେଜ୍ ପଠାଯାଇଥିଲା ।

ବିଷ ବଳୟରୁ ମୁକ୍ତି ପାଇବା ପାଇଁ ଦିଲ୍ଲୀ ସୀମାରେ ଚାଲୁଥିବା ସମସ୍ତ ବିଏସ୍-୬ ଠାରୁ କମ୍ ମାନର ଡିଜେଲ ଗାଡ଼ିକୁ ବ୍ୟାନ କରାଯାଇଥିଲା। ଏହି ଗାଡ଼ି ଚଳାଉଥିବାବେଳେ ଧରାପଡ଼ିଲେ ୨୦ ହଜାର ଟଙ୍କା ଫାଇନ୍ ଲାଗିବ ବୋଲି ସୂଚିତ କରାଯାଇଥିଲା ।