ହ୍ରଦ ଭିତରକୁ ଖସିପଡ଼ିଲା ଯାତ୍ରୀବାହୀ ବିମାନ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ତାଞ୍ଜାନିଆର ଭିକ୍ଟୋରିଆ ହ୍ରଦରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାର ଶିକାର ହୋଇଛି। ରବିବାରଦିନ ବିମାନଟି ନିୟନ୍ତ୍ରଣ ହରାଇ ହ୍ରଦ ଭିତରକୁ ଖସିପଡ଼ିଥିଲା। ଦୁର୍ଘଟଣାରେ ୨୩ ଜଣକୁ ଉଦ୍ଧାର କରାଯାଇଥିବା ନେଇ କୁହାଯାଉଛି।

ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ ତାଞ୍ଜାନିଆାର ବେସରକାରୀ ବିମାନ କମ୍ପାନୀ ପ୍ରିସିସନ ଏୟାରର ବିମାନ ପିଡବ୍ଲୁ ୪୯୪ ବିମାନ ଓ୍ବାଞ୍ଜା ରୁ ବୁକୋବା ଯାଉଥିଲା ଏବଂ ଏଥିରେ ୪୯ ଯାତ୍ରୀ ରହିଥିଲେ। ସେମାନଙ୍କ ମଧ୍ୟରୁ ୨୩ ଜଣକୁ ଉଦ୍ଧାର କରାଯାଇଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରିରହିଛି।