ସଂପର୍କରେ ଫାଟ, ଅଲଗା ହେବାକୁ ଯାଉଛନ୍ତି ଶୋଏବ ମଲ୍ଲିକ ଓ ସାନିଆ ମିର୍ଜା

ମୁମ୍ଵାଇ : (ସଂକେତ୍ ଟିଭି) ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ଶୋଏବ ମଲ୍ଲିକ୍‌ ଶୀଘ୍ର ଅଲଗା ହେବାକୁ ଯାଉଛନ୍ତି। ଉଭୟ ପରସ୍ପରଠାରୁ ଛାଡପତ୍ର ନେବାକୁ ଯାଉଛନ୍ତି। ସାନିଆ ମିର୍ଜାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଏହି କଳ୍ପନା ଜଳ୍ପନାର କାରଣ ହୋଇଛି। ଶୁକ୍ରବାର ଦିନ ସାନିଆ ମିର୍ଜା ନିଜ ପୁଅ ଇଜାନଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରି ଲେଖିଛନ୍ତି, ‘ଯେଉଁ ମୁହୂର୍ତ୍ତ ଗୁଡ଼ିକ ମୋତେ କଠିନ ଦିନ ଆଡକୁ ନେଇଯାଇଛି ‘।

ପାକିସ୍ତାନୀ ଗଣମାଧ୍ୟମରେ ସାନିଆ ମିର୍ଜା ଶୋଏବ ମଲିକଙ୍କ ଅଲଗା ହେବା ନେଇ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ଯେ ଉଭୟ ପରସ୍ପରଠାରୁ ଛାଡପତ୍ର ନେବାକୁ ଯାଉଛନ୍ତି। ସାନିଆ ଏବଂ ଶୋଏବ ମଧ୍ୟରେ କିଛି ଠିକ୍‌ ଚାଲିନାହିଁ ।କହିବାକୁ ଗଲେ ସାନିଆ ଏବଂ ଶୋଏବ ୨୦୧୦ ମସିହାରେ ବିବାହ କରିଥିଲେ ଏବଂ ଉଭୟେ ୨୦୧୮ ରେ ପିତାମାତା ହୋଇଥିଲେ।

ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଦୁହେଁ କ୍ରୀଡା ଜଗତର ତାରକା ଅଟନ୍ତି। ତେବେ ଇଣ୍ଟରନେଟରେ ଏହି ଖବର ଦ୍ରୁତ ଗତିରେ ବ୍ୟାପୁଛି। କେବଳ ଏତିକି ହିଁ ନୁହେଁ ସାନିଆ ବି ଖରାପ ସମୟର ପୋଷ୍ଟ ସେୟାର କରୁଛନ୍ତି। ହେଲେ ଏପର୍ଯ୍ୟନ୍ତ ଏସବୁ ବିଷୟରେ ଅଫିସିଆଲ ସୂଚନା ମିଳିନାହିଁ । ବଢୁଥିବା ଥିବା ଗୁଜବ ଉପରେ ସାନିଆ ଏବଂ ଶୋଏବ ମଧ୍ୟ ନିରବ ରହିଛନ୍ତି।

ସାନିଆ ମିର୍ଜା ଏବଂ ଶୋଏବ ମଲିକ ୨୦୧୦ରେ ଏକ ବିବାଦୀୟ ପରିବେଶରେ ବିବାହ କରିଥିଲେ । ଅନ୍ୟ ଜଣେ ମହିଳା ଶୋଏବଙ୍କୁ ତାଙ୍କୁ ପ୍ରଥମେ ବିବାହ କରିଥିବା ଅଭିଯୋଗ କରିଥିଲେ। ଅନ୍ୟପଟେ ମିର୍ଜା ଏବଂ ମଲିକ ନିଜ ପୁଅ ଇଜାନଙ୍କ ଜନ୍ମଦିନ ସେଲିବ୍ରେସନ କରିଥିଲେ। କିନ୍ତୁ ସାନିଆ ତାଙ୍କ ଇନଷ୍ଟାଗ୍ରାମରେ ପାର୍ଟିର ଚିତ୍ର ପୋଷ୍ଟ କରିନଥିଲେ। ଏହା ପ୍ରଶଂସକଙ୍କ ମନରେ ଆହୁରି ପ୍ରଶ୍ନ ବଢାଇଛି। ଏସବୁ କାରଣରୁ ଉଭୟଙ୍କ ଅଲଗା ହେବା ନେଇ କଳ୍ପନାଜଳ୍ପନା ଚାଲିଛି ।

ନିକଟରେ ପାକିସ୍ତାନୀ କ୍ରିକେଟ୍ ଶୋ ‘ଆସ୍କ ଦ’ ପାଭିଲନ୍’ରେ ଶୋଏବ ମଲିକଙ୍କୁ ସାନିଆ ମିର୍ଜାଙ୍କ ଟେନିସ୍ ଏକାଡେମୀ ଓ ସ୍ଥାନ ବିଷୟରେ ପଚରାଯାଇଥିଲା। ଏଥିରେ କ୍ରିକେଟର ଉତ୍ତର ଦେଇଥିଲେ ଯେ, ‘ ପ୍ରକୃତରେ ସାନିଆଙ୍କ ଟେନିସ ଏକାଡେମୀକୁ ମୁଁ କେବେ ଯାଇନି ଏବଂ ତାହା କେଉଁଠାରେ ଅବସ୍ଥିତି ମୁଁ ଜାଣିନି ‘। ଶୋଏବଙ୍କ ଏହି ଉତ୍ତର ଉପସ୍ଥାପକଙ୍କୁ ସ୍ତବ୍ଧ କରି ଦେଇଥିଲା।