EntertainmentLatest

ବରୁଣ ଧଓ୍ବନଙ୍କୁ ବେଷ୍ଟିବୁଲର ହାୟପୋଫଙ୍କସନ୍‌ ରୋଗ

ମୁମ୍ବାଇ : (ସଂକେତ୍ ଟିଭି) ବି ଟାଉନ୍‌ରେ ବରୁଣଙ୍କର ଏହା ଭିତରେ ୧୦ ବର୍ଷ କଟିଗଲାଣି । ଷ୍ଟୁଡେଣ୍ଟ ଅଫ ଦି ଇୟରରୁ ନିଜର ସିନେମା କ୍ୟାରିୟର ଆରମ୍ଭ କରିଥିବା ବରୁଣ ନିଜ ଫ୍ୟାନଙ୍କୁ ଅନେକ ହିଟ୍‌ ସିନେମା ଦେଇଛନ୍ତି । ବର୍ତ୍ତମାନ ଭିତରେ ପାଖାପାଖି ୧୭ରୁ ଅଧିକ ସିନେମାରେ ସେ କାମ କରିସାରିଲେଣି । ସେହିଭଳି ଆଗକୁ ତାଙ୍କର ଆସୁଥିବା ସିନେମା ଭେଡିଆର ପ୍ରମୋସନରେ ଅଭିନେତା ବ୍ୟସ୍ତ ଅଛନ୍ତି ।

ହେଲେ ବରୁଣଙ୍କର ସ୍ୱାସ୍ଥ୍ୟକୁ ନେଇ ଏକ ଖବର ଆସିଛି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ନିକଟରେ ଏକ ଇଭେଣ୍ଟରେ ସେ ନିଜେ ଏନେଇ ସୂଚନା ଦେଇଛନ୍ତି । ବରୁଣଙ୍କୁ ବେଷ୍ଟିବୁଲର ହାୟପୋଫଙ୍କସନ୍‌ ରୋଗ ହୋଇଛି । ଏହି ରୋଗ ହେଲେ ଜଣେ ବ୍ୟକ୍ତି ନିଜର ଶରୀରର ସନ୍ତୁଳନ ହରାଇ ବସିଥାଏ । କରୋନା ପରେ ତାଙ୍କୁ ଏହି ରୋଗ ସମ୍ବନ୍ଧରେ ଜଣା ପଡିଥିଲା । ଏହା ଜଣା ପଡିବା ପରେ ସେ ବହୁତ ଦୁଖୀ ହୋଇଯାଇଥିଲେ ।

କରୋନା ପରେ ସବୁ ଖୋଲିବା ସମୟରେ ବରୁଣ କାମକୁ ନେଇ ଅତ୍ୟଧୀକ ଚିନ୍ତାରେ ଥିଲେ, ଯେଉଁକାରଣରୁ ତାଙ୍କ ସ୍ୱାସ୍ଥ୍ୟରେ ସମସ୍ୟା ଆସିଥିବା ସେ ପ୍ରକାଶ କରିଛନ୍ତି । ତେବେ ସେ ଖୁବ ଜଲଦି ସୁସ୍ଥ ହୋଇଯିବାନେଇ ଦୃଢୋକ୍ତି ମଧ୍ୟ ପ୍ରକାଶ କରିଛନ୍ତି । ହେଲେ ଏହି ଖବର ତାଙ୍କ ଫ୍ୟାନଙ୍କୁ ଦୁଃଖ ଦେଇଛି । ଖବରଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସମସ୍ତେ ବରୁଣଙ୍କର ଆରୋଗ୍ୟ କାମନା କରିଛନ୍ତି ।