ବିରାଟ କୋହଲିଙ୍କୁ ମିଳିଲା ପ୍ଲେୟାର ଅଫ୍ ଦି ମନ୍ଥ ପୁରସ୍କାର

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଅକ୍ଟୋବର ମାସ ପାଇଁ ପ୍ଲେୟାର ଅଫ୍ ଦି ମନ୍ଥ ପୁରସ୍କାର ଘୋଷଣା କରିଛି। ବିରାଟ କୋହଲିଙ୍କୁ ଏହି ପୁରସ୍କାର ଦିଆଯାଇଛି। ବିରାଟ କୋହଲି ପ୍ରଥମ ଥର ପାଇଁ ଆଇସିସି ପ୍ଲେୟାର ଅଫ୍ ଦି ମାସ ପୁରସ୍କାର ପାଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଉତ୍କୃଷ୍ଟ ପ୍ରଦର୍ଶନ ଏବଂ ଟି-୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ ପାଇଁ କୋହଲିଙ୍କୁ ଏହି ପୁରସ୍କାର ଦିଆଯାଇଛି।

ଜିମ୍ବାୱେର କିମ୍ବଦନ୍ତୀ ଅଲରାଉଣ୍ଡର ସିକନ୍ଦର ରଜା ଏବଂ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ ଡେଭିଡ ମିଲରଙ୍କୁ ପରାସ୍ତ କରି ବିରାଟ କୋହଲି ଏହି ପୁରସ୍କାର ପାଇଛନ୍ତି। ସେ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ୮୨ ରନ ସ୍କୋର କରିଥିବା ବେଳେ ଦଳକୁ ବିଜୟୀ କରାଇଥିଲେ। ବିରାଟ ଏହି ଇନିଂସ ସେତେବେଳେ ଖେଳିଥିଲେ ଯେତେବେଳେ ଲାଗୁଥିଲା ଯେ ଟିମ୍ ଇଣ୍ଡିଆ ପରାୟଜର ନିକଟତର ହୋଇଥିଲା। ବିରାଟ ନିଜେ ଏହି ଇନିଂସକୁ ତାଙ୍କ କ୍ୟାରିୟରର ସର୍ବୋତ୍ତମ ଇନିଂସ ବୋଲି କହିଛନ୍ତି। ଏହି ଇନିଂସ ବ୍ୟତୀତ ବିରାଟ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ୬୨ ରନର ଏକ ଶକ୍ତିଶାଳୀ ଇନିଂସ ଖେଳିଥିଲେ।

ଏଥି ସହିତ ଅକ୍ଟୋବର ଆରମ୍ଭରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ସେ ୨୮ ବଲରେ ୪୯ ରନର ଇନିଂସ ଖେଳିଥିଲେ। ଅକ୍ଟୋବର ମାସରେ ବିରାଟ ୨୦୫ ପ୍ରତିଶତରେ ୨୦୫ ରନ କରିଥିଲେ। ଏହି ସମୟରେ ତାଙ୍କର ଷ୍ଟ୍ରାଇକ ରେଟ ୧୫୦.୭୩ ରହିଥିଲା।

ସୂଚନାଯୋଗ୍ୟ ବିରାଟ କୋହଲି ଚଳିତ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ୮୨ ରନର ଧମାକାଦାର୍ ଇନିଂସ ଖେଳିଥିଲେ। ଏହା ସହ ସେ ଟି-୨୦ କ୍ରିକେଟରେ ସର୍ବାଧିକ ରନ୍ ସ୍କୋର କରିଥିବା ଖେଳାଳି ହୋଇପାରିଛନ୍ତି। କିଙ୍ଗ୍ କୋହଲି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି। ବିରାଟ କୋହଲିଙ୍କ ନାମରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୩,୭୯୪ ରନ୍ ଥିବାବେଳେ ରୋହିତ ଶର୍ମା ୩,୭୪୧ ରନ୍ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ କୋହଲି ଏକ ଶତକ ହାସଲ କରିଛନ୍ତି ।