ହଜାରେରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ ଫେସବୁକ୍

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଟ୍ବିଟର ଭଳି ଫେସବୁକର ସହଯୋଗୀ କମ୍ପାନୀ ମେଟାରେ ଆସନ୍ତା ବୁଧବାର ଠାରୁ ଛଟେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ମାର୍କ ଜୁକରବର୍ଗଙ୍କ କମ୍ପାନୀରେ ବଡ଼ ଧରଣର କଷ୍ଟ କଟିଂ ହେବ ବୋଲି ଜଣାପଡ଼ିଛି । ପ୍ରାୟ ହଜାରେରୁ ଅଧିକ କର୍ମଚାରୀଙ୍କୁ କମ୍ପାନୀ ବାହାର କରିବାକୁ ଯାଉଛି । ମେଟା କମ୍ପାନୀ ଇତିହାସରେ ପ୍ରଥମ ଥର ପାଇଁ ଏତେ ବଡ଼ ଧରଣର ଛଟେଇ ହେବ ।

ମେଟାରେ ୮୭ ହଜାରରୁ ଅଧିକ କର୍ମଚାରୀ ଜୀବିକା ନିର୍ବାହ କରୁଛନ୍ତି । ମେଟାରେ କର୍ମଚାରୀଙ୍କୁ ଛଟେଇ ହେବା ନେଇ ଏଯାଏଁ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ତେବେ ସୂଚନା ଅନୁଯାୟୀ, ହଜାରେରୁ ଅଧିକ କର୍ମଚାରୀଙ୍କୁ ବାହାର କରାଯିବା ନେଇ ଯୋଜନା କରାଯାଉଛି ।

ରିପୋର୍ଟ ଅନୁଯାୟୀ, ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟା ଏବେ ଅର୍ଥନୈତିକ ସଂକଟ ମଧ୍ୟରେ ଗତି କରୁଛି । ଗ୍ଲୋବାଲ ଇକୋନୋମିକ୍ ଗ୍ରୋଥ୍, ସୋସିଆଲ ମିଡିଆରେ ପ୍ରତିଯୋଗୀତା, ଆପଲ୍ ର ପ୍ରାଇଭେଟ୍ ନୀତିରେ ପରିବର୍ତ୍ତନ, ମେଟାବୋର୍ସରେ ମାତ୍ରାଧିକ ଖର୍ଚ୍ଚ ପାଇଁ କମ୍ପାନୀରେ ଆର୍ଥିକ ସମସ୍ୟା ଦେଖାଦେଇଛି । ତେଣୁ ମେଟା କଷ୍ଟ୍ କଟିଂ ନୀତି ଆପଣାଇବାକୁ ଯାଉଥିବା କୁହାଯାଉଛି ।