ଭାରତର ବିକାଶ ପାଇଁ ୧୦ ହଜାର ଅମ୍ବାନୀ-୨୦ ହଜାର ଆଦାନୀ ଆବଶ୍ୟକ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଭାରତର ବିକାଶ ପାଇଁ ୧୦ ହଜାର ଅମ୍ବାନୀ ଏବଂ ୨୦ ହଜାର ଆଦାନୀ ଆବଶ୍ୟକ। କେବଳ ସେତେବେଳେ ହିଁ ଦେଶର ବିକାଶ ସମ୍ଭବ ହୋଇ ପାରିବ। ତେଣୁ ଆମେ ଜି-୨୦ର ସୁଯୋଗର ଲାଭ ଉଠାଇ ନିଜନିଜ କ୍ଷେତ୍ରକୁ ବଡ଼ ଏବଂ ଅଧିକ ବୃହତ୍‌ କରିବାର ଆବଶ୍ୟକତା ରହିଛି। ଏହା ଏକ ସୁଯୋଗ ଯାହା ଆଉ କେବେ ହୁଏତ ଆସି ନପାରେ। ଭାରତର ଜି-୨୦ ଶେର୍ପା ଅମିତାଭ କାଣ୍ଟ ପୁଏଚଡି ହାଉସରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କହିଛନ୍ତି।

ସୂଚନା ଅନୁସାରେ, ଭାରତ ଡିସେମ୍ବର ୧ ରୁ ଜି-୨୦ ଅଧ୍ୟକ୍ଷ ହେବାକୁ ଯାଉଛି। ବର୍ତ୍ତମାନ ଇଣ୍ଡୋନେସିଆ ହେଉଛି ଏହାର ଅଧ୍ୟକ୍ଷ ରାଷ୍ଟ୍ର। କାଣ୍ଟ କହିଛନ୍ତି ଯେ ଜି -୨୦ ର ଅଧ୍ୟକ୍ଷତା ସମୟରେ ସାରା ବିଶ୍ୱର ବ୍ୟବସାୟୀଙ୍କ ସହିତ ଯୋଗାଯୋଗ କରିବାର ଏକ ବଡ଼ ସୁଯୋଗ ଅଛି । ବିଶ୍ୱ ଯୋଗାଣ ଶୃଙ୍ଖଳାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବା ପାଇଁ ମଧ୍ୟ ଏହା ଏକ ଉତ୍ତମ ସୁଯୋଗ।