ଯୁଦ୍ଧ ପାଇଁ ପ୍ରସ୍ତୁତି ରହିବାକୁ ସେନାକୁ ନିର୍ଦେଶ ଦେଲେ ଚୀନ ରାଷ୍ଟ୍ରପତି

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ କହିଛନ୍ତି ଯେ ଦେଶର ସୁରକ୍ଷା ଅସ୍ଥିର ହୋଇପଡିଛି । ଏହା ବହୁତ ଅନିଶ୍ଚିତ । ଏଭଳି ପରିସ୍ଥିତିରେ ଯୁଦ୍ଧ ଏକମାତ୍ର ଲକ୍ଷ୍ୟ ହୋଇପାରେ ଓ ଏଥିପାଇଁ ଆମକୁ ନିଜକୁ ପ୍ରସ୍ତୁତ କରିବାକୁ ପଡିବ ।

ତାଇୱାନ ଓ ବ୍ରିଟେନ ମଧ୍ୟରେ ଚାଲିଥିବା ଦ୍ୱିପାକ୍ଷିକ ବାଣିଜ୍ୟ ଆଲୋଚନା ମଧ୍ୟରେ କ୍ରୋଧିତ ହୋଇ ଚୀନ୍ ନିଜର ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ କହିଛି । ରାଷ୍ଟ୍ରପତି ସି ଜିନପିଙ୍ଗ ମଙ୍ଗଳବାର ଦିନ କହିଛନ୍ତି ଯେ ଦେଶର “ଅସ୍ଥିର ତଥା ଅନିଶ୍ଚିତତା” ସୁରକ୍ଷାକୁ ଦୃଷ୍ଟିରେ ରଖି ଚୀନ୍ ଯୁଦ୍ଧ ପାଇଁ ପ୍ରସ୍ତୁତି ଉପରେ ଧ୍ୟାନ ଦେବ । ଚୀନ ଷ୍ଟେଟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି କହିଛନ୍ତି ଯେ ବେଜିଂ କୌଣସି ଯୁଦ୍ଧ ପାଇଁ ସାମରିକ ତାଲିମ ଓ ପ୍ରସ୍ତୁତିକୁ ମଜବୁତ କରିବ । ଚୀନ୍ ରାଷ୍ଟ୍ରପତିଙ୍କ ଏହି ବୟାନ ତାଇୱାନ ଉପରେ ଆକ୍ରମଣର ସଙ୍କେତ ଭାବରେ ଦେଖାଯାଇଛି ।

ସିସିଟିଭି ଜିନପିଙ୍ଗଙ୍କ ଉଦ୍ଧେଶ୍ୟରେ କହିଛି ଯେ ଚୀନ୍ ବର୍ତ୍ତମାନ ନିଜର ସେନାକୁ ଏକ ବଡ଼ ଆକାରରେ ବିସ୍ତାର କରୁଛି । ଏଥି ସହିତ ରାଷ୍ଟ୍ରପତି କହିଛନ୍ତି ଯେ ସାମରିକ ତାଲିମକୁ ମଜବୁତ କରାଯିବ ଯାହା ଦ୍ୱାରା ଦେଶ କୌଣସି ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବ । ଦେଶ ଟେକ୍ନିକାଲ୍ ଆତ୍ମନିର୍ଭରଶୀଳ ହେବା ଉଚିତ ଓ ବିଦେଶରେ ମଧ୍ୟ ଚୀନ୍‌ର ସ୍ୱାର୍ଥ ରକ୍ଷା କରିବାକୁ ଯଥେଷ୍ଟ ସକ୍ଷମ ହେବା ଉଚିତ୍ ।

ଚୀନ୍ ରାଷ୍ଟ୍ରପତିଙ୍କ ବୟାନ ସଂପର୍କରେ ଅନ୍ୟ ଦେଶରେ ଚିନ୍ତା ମଧ୍ୟ ବୃଦ୍ଧି ପାଇଛି । ଯଦି ଚୀନ୍ ତାଇୱାନ ଉପରେ ଆକ୍ରମଣ କରେ, ତେବେ ପୁଣି ଥରେ ବିଶ୍ୱ ଅର୍ଥନୀତି ପ୍ରଭାବିତ ହେବ । ଚାଇନା ସର୍ବଦା ତାଇୱାନକୁ ନିଜର ବୋଲି ଦାବି କରିଆସୁଛି ।