ଟ୍ରେନ ଟିକେଟ ବୁକିଂକୁ ନେଇ ଆସିଲା ନୂଆ ନିୟମ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଯାତ୍ରୀମାନେ ପ୍ରାୟତଃ ଦୂର ଯାତ୍ରା ପାଇଁ ଟ୍ରେନରେ ଯିବାକୁ ପସନ୍ଦ କରି ଥାଆନ୍ତି । କିଛିଲୋକ ତ ଆଖପାଖକୁ ଯିବା ପାଇଁ ବି ଟ୍ରେନରେ ଯାତ୍ରା କରି ଥାଆନ୍ତି । କାରଣ ଟ୍ରେନ ଯାତ୍ରା କମ ଖର୍ଚ୍ଚରେ ସୁରକ୍ଷିତ ରହିଥାଏ । ଯଦି ଆପଣ ମଧ୍ୟ ପ୍ରାୟତଃ ଟ୍ରେନରେ ଯାତ୍ରା କରନ୍ତି, ତେବେ ଆପଣଙ୍କୁ ବି ଟିକେଟ୍‌ ବୁକିଂ ସିଷ୍ଟମରେ ପରିବର୍ତ୍ତନ ବିଷୟରେ ଅବଗତ ହେବା ଜରୁରୀ ରହିଛି । ଏହା ଦ୍ୱାରା ଯଦି ଆପଣ କେଣସି ସ୍ଥାନକୁ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ । କରୋନା ମହାମାରୀ ପରେ ରେଳବାଇ ଦ୍ୱାରା ଅନଲାଇନ୍‌ ଟିକେଟ୍‌ ବୁକିଂରେ ପରିବର୍ତ୍ତନ କରାଯାଇଛି ।

ଆଇଆରସିଟିସି ଆପ୍‌ ଏବଂ ୱେବସାଇଟ୍‌ ମାଧ୍ୟମରେ ଟିକେଟ୍‌ ବୁକିଂ ପାଇଁ ନିୟମରେ ପରିବର୍ତ୍ତନ କରାଯାଇଛି । ନୂତନ ନିୟମ ଅନୁଯାୟୀ, ଅନଲାଇନ୍‌ ଟିକେଟ୍‌ ବୁକିଂ ପୂର୍ବରୁ ଆପଣଙ୍କୁ ଆକାଉଣ୍ଟକୁ ଯାଞ୍ଚ କରିବାକୁ ପଡିବ । ରେଳବାଇର ଏକ ସହଯୋଗୀ କମ୍ପାନି ଆଇଆରସିଟିସିର ନିୟମ ଅନୁଯାୟୀ, ଅନଲାଇନରେ ଟିକେଟ ବୁକ୍‌ କରିବା ପୂର୍ବରୁ ବ୍ୟବହାରକାରୀଙ୍କୁ ମୋବାଇଲ୍‌ ନମ୍ବର ଏବଂ ଇ-ମେଲ୍‌ ଆଇଡି ଯାଞ୍ଚ କରିବା ଆବଶ୍ୟକ ରହିଛି । ଏହା ବିନା ଆପଣ ଟିକେଟ୍‌ ବୁକ୍‌ କରିପାରିବେ ନାହିଁ । ଅନେକ ଉପଭୋକ୍ତା ଅଛନ୍ତି ଯେଉଁମାନେ କରୋନା ମହାମାରୀ ଆରମ୍ଭ ପରଠାରୁ ଆଇଆରସିଟିସି ଆକାଉଣ୍ଟରୁ ଅନଲାଇନରେ ଟିକେଟ ବୁକ୍‌ କରିନାହାଁନ୍ତି ।