କର୍ମଚାରୀମାନେ ଟ୍ବିଟର୍‌ ଛାଡ଼ିବା ପରେ ମସ୍କଙ୍କୁ ଘାରିଲା ଦେବାଳିଆ ହେବାର ଭୟ

ନୂଆଦିଲ୍ଳୀ : (ସଂକେତ୍ ଟିଭି) ଏଲନ ମସ୍କ ୪୪ ବିଲିୟନ୍‌ ଡଲାରରେ ଟ୍ବିଟର୍‌କୁ କିଣିଛନ୍ତି । ଏହା କିଣିବାର ୨ ସପ୍ତାହ ବି ହୋଇନାହିଁ ଏବେ ମସ୍କଙ୍କୁ ଟ୍ବିଟର ଦେବାଳିଆ ହେବାର ଭୟ ଘାରିଛି । ଗୁରୁବାର ସେ ଏନେଇ ନିଜର ଚିନ୍ତା ପ୍ରକଟ କରିଛନ୍ତି। ମସ୍କ ତାଙ୍କର କର୍ମଚାରୀମାନଙ୍କୁ କହିଛନ୍ତି ଯେ ସେ କମ୍ପାନି ଦେବାଳିଆ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରେନା।

ଏକ ବି‌ଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ମସ୍କଙ୍କ ସହ ଟ୍ବିଟର୍‌ର ସ୍ପେସ୍‌ ଚାଟକୁ ପରିଚାଳନା କରୁଥିବା ଦୁଇ ବରିଷ୍ଠ ଅଧିକାରୀ ୟୋୟେନ୍‌ ରୋଥ୍‌ ଏବଂ ରବିନ ହୁଇଲର୍‌ ଇସ୍ତଫା ଦେଇଛନ୍ତି। ତେବେ ଏ ସଂପର୍କରେ ଏହି ଦୁଇ କାର୍ଯ୍ୟନିର୍ବାହୀ ଅଧିକାରୀ କୌଣସି ମନ୍ତବ୍ୟ ଦେଇନାହାନ୍ତି ।

ସେହିପରି ଗୁରୁବାର ଦିନ ଟ୍ବିଟର୍‌ର ମୁଖ୍ୟ ସୁରକ୍ଷା ଅଧିକାରୀ ବା ଚିଫ୍‌ ସିକ୍ୟୁରିଟି ଅଫିସର୍‌ ଲି କିସ୍‌ନର ଏକ ଟ୍ବିଟ୍‌ ପୋଷ୍ଟ୍‌ କରି ଇସ୍ତଫା ଦେବା କଥା ଘୋଷଣା କରିଥି‌ଲେ। ଏହାଛଡ଼ା ଚିଫ୍‌ ପ୍ରାଇଭେସି ଅଫିସର୍‌ ଡାମିଏନ୍‌ କିଏରନ୍‌, ଚିଫ୍‌ କମ୍ପେ୍ଲନସ ଅଫିସର୍‌ ମାରିଆନେ ଫୋଗର୍ଟି ବି ଇସ୍ତଫା ଦେଇ ସାରିଛନ୍ତି।