ଏନ୍‌ସିଏ ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ହେବେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍

ନୂଆଦିଲ୍ଲୀ : (ସଂକେତ୍ ଟିଭି) ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଦ୍ରାବିଡ଼ଙ୍କ ସ୍ଥାନରେ ନ୍ୟାସ୍‌ନାଲ କ୍ରିକେଟ୍ ଆକାଡେମୀ ମୁଖ୍ୟ ଭିଭିଏସ୍‌ ଲକ୍ଷ୍ମଣଙ୍କୁ କୋଚ ଦାୟିତ୍ବ ଦିଆଯାଇଛି । ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍‌ ଦାୟିତ୍ୱରୁ ରାହୁଲ ଦ୍ରାବିଡ କିଛିଦିନ ପାଇଁ ବ୍ରେକ୍‌ ନେବେ ।

ସୂଚନା ଅନୁସାରେ ଭାରତ ନଭେମ୍ବର ୧୮ ତାରିଖରୁ ୩୦ ତାରିଖ ମଧ୍ୟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ଟି-୨୦ ଓ ଦୁଇଟି ଦିନିକିଆ ମ୍ୟାଚ୍ ଖେଳିବ। ଏହି ସିରିଜ ପାଇଁ ହୃଷ୍କିକେଶ କନିତକାର(ବ୍ୟାଟିଂ) ଓ ସୈରାଜ ବହୁତୁଲେ(ବୋଲିଂ) କୋଚ ନିଯୁକ୍ତ କରାଯାଇଥିବା ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କ୍ୟାପ୍ଟେନ୍ ହେବେ। ସିରିଜର ମ୍ୟାଚ୍‌ଗୁଡ଼ିକ ୱେଲିଙ୍ଗିଟନ(ନଭେମ୍ବର ୮), ମାଉଣ୍ଟ ମଉଙ୍ଗନୁଇ(ନଭେମ୍ବର ୨୦) ଓ ନାପିୟରରେ ନଭେମ୍ବର ୨୨ ତାରିଖରେ ଖେଳାଯିବ।

ସେହିପରି ଦିନିକିଆ ସିରିଜ୍‌ରେ କ୍ୟାପ୍ଟେନ୍‌ ହେବେ ଶିଖର ଧୱନ। ଏହି ମ୍ୟାଚ୍‌ଗୁଡ଼ିକ ନଭେମ୍ବର ୨୫ରେ ଅକଲାଣ୍ଡ, ହାମିଲଟନ(ନଭେମ୍ବର ୨୭) ଖ୍ରୀଷ୍ଟିଚର୍ଚ୍ଚ(ନଭେମ୍ବର ୩୦)ରେ ଖେଳାଯିବ।

ଅନ୍ୟପଟେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ପାଇଁ ରୋହିତ ଶର୍ମା ଟିମ୍ ଇଣ୍ଡିଆର ଦାୟିତ୍ୱ ନେବେ। ଡିସେମ୍ବର ୪ ତାରିଖରେ ମ୍ୟାଚ୍ ଖେଳିଯିବାକୁ ଥିବା ବେଳେ ଦଳକୁ ବିରାଟ ଓ ଅଶ୍ୱିନୀ ବି ଫେରିଲେ। ଭାରତ ବାଂଲାଦେଶ ମଧ୍ୟରେ ୪ ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳାଯିବ।