୨୦୨୪ ପାଇଁ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ହେବେ ଡୋନାଲ୍ଡ ଟ୍ରମ୍ପ୍‌

ୱାସିଂଟନ୍‌ : (ସଂକେତ୍ ଟିଭି) ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ୨୦୨୪ ପାଇଁ ରାଷ୍ଟ୍ରପତି ପ୍ରାର୍ଥୀ ହେବେ । ଏନେଇ ସେ ଆସନ୍ତା ମଙ୍ଗଳବାର ଦିନ ଫ୍ଲୋରିଡାର ମାରା-ଆ-ଲୋଗୋରେ ଘୋଷଣା କରି ପାରନ୍ତି ବୋଲି ତାଙ୍କର ନିବିଡ଼ ସହଯୋଗୀ ତଥା ପୁରୁଣା ଉପଦେଷ୍ଟା ଜେସନ୍‌ ମିଲର୍‌ ଶୁକ୍ରବାର ଦିନ ‘ଷ୍ଟିଫେନ୍‌ ବ୍ୟାନନ୍‌’ଙ୍କ ରେଡିଓ ସୋ ‘ୱାର୍‌ ରୁମ୍‌’ରେ କହିଛନ୍ତି।

ସେ କହିଛନ୍ତି ଯେ, ସେଦି‌ନ ପୂର୍ବାହ୍ନରେ ସେ ଟ୍ରମ୍ପ୍‌ଙ୍କଠାରୁ ଖବର ପାଇଥିଲେ। ଦ୍ବିତୀୟ ଥର ଲାଗି ରାଷ୍ଟ୍ରପତି ହେବା ପାଇଁ ଥିବା ତାଙ୍କର ଅଭିଳାଷ ଉପରେ ସନ୍ଦେହ କରାଯିବା ଅନୁଚିତ ବୋଲି ସେ ପୁଣି ଥରେ କହିଛନ୍ତି।

ଟ୍ରମ୍ପ୍‌ଙ୍କ କଥାକୁ ଉଦ୍ଧାର କରି ମିଲର୍‌ କହିଛନ୍ତି, ଅବଶ୍ୟ ମୁଁ ପ୍ରତିଦ୍ବନ୍ଦ୍ବିତା କରୁଛି। ମୁଁ ପ୍ରତିଦ୍ବନ୍ଦ୍ବିତା କରିବି। ମତେ ବହିଷ୍କାର କରାଯାଇଛି ବୋଲି ଜନସାଧାରଣଙ୍କୁ ସୁନିଶ୍ଚିତ କରାଇବାକୁ ଚାହୁଁଛି। ପୁଣି ଥରେ ଦେଶକୁ ଠିକଣା ବାଟରେ ଚଳାଇବାକୁ ପଡ଼ିବ।

ଉଲ୍ଲେଖଯୋଗ୍ୟ, ୨୦୧୬ ଏବଂ ୨୦୨୦ରେ ମିଲର୍‌ ଟ୍ରମ୍ପ୍‌ଙ୍କ ପାଇଁ ନିର୍ବାଚନ ପ୍ରଚାର ଓ ଅନ୍ୟାନ୍ୟ କାର୍ଯ୍ୟ କରିଥିଲେ। ରାଷ୍ଟ୍ରପତି ପଦବୀରୁ ଯିବା ପରେ ମଧ୍ୟ ସେ ଟ୍ରମ୍ପ୍‌ଙ୍କ ଉପଦେଷ୍ଟା ଭାବେ କାର୍ଯ୍ୟ କରୁଛନ୍ତି।