ରାତିରେ ନିଜକୁ ନାରୀ ସଜେଇ ସେକ୍ସ ରାକେଟ୍ ଚଳାଉଥିବା ଅଭିଯୋଗ, ଅଭିଯୁକ୍ତ ସ୍ୱାମୀ ଗିରଫ

ବାଲେଶ୍ବର : (ସଂକେତ୍ ଟିଭି) ସ୍ୱାମୀ ଚଳାଇଛନ୍ତି ସେକ୍ସ ରାକେଟ। ସ୍ୱାମୀ ତାଙ୍କର ଦିନରେ ପୁରୁଷ ରାତିରେ ନାରୀ ସାଜୁଛନ୍ତି । ଘରେ ତିନି ବର୍ଷର ଝିଅ ଥିଲେ ବି ବାପା ଚଳାଇଛି ସେକ୍ସ ରାକେଟ, ଆଉ ମାକୁ ମଧ୍ୟ ଏଥିରେ ସାମିଲ ହେବାକୁ ବାଧ୍ୟ କରୁଛି । ଏଭଳି ଅଭିଯୋଗ ଆଣିଛନ୍ତି ବାଲେଶ୍ବର ଜିଲ୍ଲା ସୋର ବ୍ଲକ ମୁଳିଶିଂ ପଞ୍ଚାୟତ ମୂଳିଶିଂ ଗ୍ରାମର ଜଣେ ମହିଳା ।

ସୂଚନା ଅନୁସାରେ, ସୋର ବ୍ଲକ ମୁଳିଶିଂ ପଞ୍ଚାୟତ ମୂଳିଶିଂ ଗ୍ରାମର ମହେନ୍ଦ୍ର ଖିଲାରଙ୍କ ପୁଅ ଚିରଞ୍ଜିତ ଖିଲାରଙ୍କ ସହିତ ସିମୁଳିଆ ଥାନା ଅମରିଆ ଅଗ୍ନିପୁର ଗ୍ରାମର ଜଣେ ଯୁବତୀଙ୍କ ସହିତ ୨୦୧୯ ମସିହା ମାର୍ଚ୍ଚ ୫ତାରିଖରେ ବୈଦିକ ରୀତିରେ ବାହାଘର ହୋଇଥିଲା। ବାହାଘର ବେଳେ ଚିରଞ୍ଜିତ ଜଣେ ଇଂଜିନିୟର ବୋଲି କହିଥିଲେ। କିନ୍ତୁ ଅସଲରେ ସେ ସୁରାଟରେ ରହି ସେକ୍ସ ରାକେଟ ଚଳାଇଥିଲେ। ବିବାହର କିଛି ଦିନ ପରେ ଏହି କଥା ଜାଣିବାକୁ ପାଇଥିଲେ ତାଙ୍କ ସ୍ତ୍ରୀ। ଚିରଞ୍ଜିତ ନିଜକୁ ମହିଳା ବେଶରେ ସଜାଇ ବିଭିନ୍ନ ପୁରୁଷ ସହିତ ସମ୍ପର୍କ ଓ ପୁଅ ବେଶରେ ଝିଅମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିବା ସେ ଜାଣିବାକୁ ପାଇଥିଲେ।

ତେବେ ଏନେଇ ସେ ପ୍ରତିବାଦ କରିବାରୁ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ତିକ୍ତତା ବଢ଼ିଥିଲା। ଏପରିକି ଏହାକୁ ନେଇ ସ୍ୱାମୀଙ୍କ ପରିବାର ଵର୍ଗ ମଧ୍ୟ ମହିଳାଙ୍କୁ ଅତ୍ୟାଚାର କରିଥିଲେ। ମହିଳାଙ୍କ ଗୋଟିଏ ତିନି ବର୍ଷର ଝିଅ ମଧ୍ୟ ଅଛି। ତେବେ ବାରମ୍ବାର ଏପରି କାର୍ଯ୍ୟ ସ୍ୱାମୀଙ୍କ ଦେଖି ଶେଷରେ ସେ ପୋଲିସର ଆଶ୍ରୟ ନେଇଛନ୍ତି। ସୋର ଥାନାରେ ସେ ଅଭିଯୋଗ କରିବା ସହିତ ଗତ ୯ ତାରିଖରେ ଏସପିଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଥିଲେ। ଏଥି ସହିତ ଏସପି ଏନେଇ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିବା ମଧ୍ୟ ମହିଳା କହିଛନ୍ତି। ତେବେ ଅଭିଯୋଗ ପରେ ସୋର ପୋଲିସ ଉକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟରେ ତାଙ୍କ ଜାମିନ ନାମଂଜୁର ହେବାରୁ ସେ ଏବେ ଜେଲରେ ଥିବା ସୂଚନା ମିଳିଛି।