ଦୀଘା ମୁହାଣରେ ବିରଳ ପ୍ରଜାତିର ମାଛ

ବାଲିଆପାଳ : ( ଉମାକାନ୍ତ ନାୟକ) ଓଡିଶା ପଶ୍ଚିମ ବଙ୍ଗ ସୀମାନ୍ତ ଦିଘା ମୁହାଣରେ ଏକ ବିରଳ ପ୍ରଜାତିର ଶଙ୍କର ଜାତୀୟ ମାଛ ଦେଖିବାକୁ ମିଳିଛି । ଏହାର ଓଜନ ପ୍ରାୟ 500-550 କିଲୋଗ୍ରାମ ହେବ । ଏହି ମାଛର ମୁହଁ ଲମ୍ବା କରତ ଭଳି ଦେଖିବାକୁ । ଏହା ସାଧାରଣତଃ ଗଭୀର ସମୁଦ୍ରରେ ଦେଖାଯାଏ ।

ମତ୍ସ୍ୟଜୀବୀମାନେ ଦାବି କରିଛନ୍ତି ଯେ ଏହି ବିରଳ ପ୍ରଜାତିର ମାଛରୁ ଜୀବନ ପ୍ରଦାନକାରୀ ଔଷଧ ତିଆରି କରାଯାଏ । ଓଡିଶାର ପାରାଦ୍ବୀପରେ ଏକ ଟ୍ରଲରରେ ଏହି ମାଛ ଟି ଦିଘାମୁହାଁଣକୁ ଆସିଥିବା ସୂଚନା ମିଳିଛି । ଏହି ମାଛଟି ପ୍ରାୟ ବିଲୁପ୍ତ, ଏହି ମାଛ ଦେଖିବାକୁ ଲୋକଙ୍କ ଭିଡ଼ ଜମି ଥିଲା । ପରେ ଏହାର ନିଲାମ କରାଯାଇଥିଲା । ଏହା ଏକ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଜଣାଯାଇଛି ।