ଅମର୍ଦା ଏୟାରଷ୍ଟ୍ରିପ୍ ତୁରନ୍ତ କାର୍ଯ୍ୟକ୍ଷମ ପାଇଁ ସିନ୍ଧିଆଙ୍କୁ ଭେଟିବ ଭଏସ୍ ଅଫ୍ ବାଲେଶ୍ୱର

ବାଲେଶ୍ଵର : (ସଂକେତ୍ ଟିଭି) ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାର ସୀମାବର୍ତ୍ତୀ ରାସଗୋବିନ୍ଦପୁରଠାରେ ଥିବା ଅମର୍ଦା ଏୟାରଷ୍ଟ୍ରିପକୁ ବେସାମରିକ ବିମାନ ବନ୍ଦର କରିବାକୁ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଛି। ମାତ୍ର ଉତ୍ତର ଓଡ଼ିଶାର ପ୍ରମୁଖ ତିନୋଟି ସାମାଜିକ ଅନୁଷ୍ଠାନ ଯଥା ବାଲେଶ୍ଵରର ଏସ ଅଫ୍ ବାଲେଶ୍ଵର, ମୟୂରଭଞ୍ଜର ଭଞ୍ଜସେନା ଏବଂ କେନ୍ଦୁଝରର କେନ୍ଦୁଝର ଡେଭଲେପମେଣ୍ଟ କାଉନସିଲ ମିଳିତ ଭାବେ ଦୀର୍ଘ ବର୍ଷ ଧରି ଦାବି କରି ଆସୁଛନ୍ତି। ଦାବି ସତ୍ତ୍ୱେ ବି କାର୍ଯ୍ୟକ୍ଷମ ହେଉନାହିଁ ରାସଗୋବିନ୍ଦପୁରସ୍ଥିତ ଅମର୍ଦା ଏୟାରଷ୍ଟ୍ରିପ୍। ଏହା କାର୍ଯ୍ୟକ୍ଷମ ପାଇଁ ନା କେନ୍ଦ୍ର ସରକାର କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଉନାହାନ୍ତି ।

ବାରମ୍ବାର ଦାବି ଏବଂ ସାମ୍ବାଦିକ ସମ୍ମିଳନୀ ପରେ ଶେଷରେ ଅମର୍ଦା ଏୟାରଷ୍ଟ୍ରିପ୍ ଯଥାଶୀଘ୍ର କାର୍ଯ୍ୟକ୍ଷମ ପାଇଁ ଉତ୍ତର ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦ ପକ୍ଷରୁ ଭଏସ ଅଫ ବାଲେଶ୍ୱର ନେତୃତ୍ୱରେ ଏକ ସ୍ବାଭିମାନ ପଦଯାତ୍ରା ରାସଗୋବିନ୍ଦପୁରରୁ ବାହାରି ରାଜଭବନ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଥିଲା ଓ ଏ ଦିଗରେ ରାଜ୍ୟସରକାର ମଧ୍ୟ ସକରାତ୍ମକ ପଦକ୍ଷେପ ନେବା ସଂକ୍ରାନ୍ତୀୟ ଆଲୋଚନା ମଧ୍ୟ ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ସହିତ ହୋଇଥିଲା ଓ ଏଥିରେ ବିଶେଷ କରି ଅମର୍ଦା ଏୟାରଷ୍ଟ୍ରିପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଦାବିକୁ ଗୁରୁତ୍ୱ ଦିଆଯାଇଛି। ଉତ୍ତର ଓଡ଼ିଶାରେ ଆଖିଦୃଶିଆ କିଛି ଉନ୍ନତି ହୋଇପାରିନି।

ତେବେ ଭଏସ ଅଫ ବାଲେଶ୍ୱରର ଏକ ପ୍ରତିନିଧି ଦଳ ଖୁବଶୀଘ୍ର ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟି ଏ ଦିଗରେ ଆଲୋଚନା କରିବ । ନଭେମ୍ବର ଶେଷଭାଗାରେ ସ୍ଥାନୀୟ ଟାଉନ ହଲ ଠାରେ ଏ ଦାବୀକୁ ଲୋକଲୋଚନ କୁ ଆଣିବା ନିମନ୍ତେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେଵ ଓ ତତ୍ପରେ ଜିଲ୍ଲାରେ ବ୍ଲକ ସ୍ତରୀୟ ସତଚେତନତା ମୂଳକ ପଦଯାତ୍ରା ଓ ସଭାମାନ ଅନୁଷ୍ଠିତ ହେବ ।

ସୂଚନାଯୋଗ୍ୟ ଯେ,୧୯୪୦ ମସିହା ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ପାଖାପାଖି ୬୦୦ ଏକର ଜାଗାରେ ଅମର୍ଦ୍ଦା ଏୟାରଷ୍ଟ୍ରିପ୍ ନିର୍ମିତ ହୋଇଥିଲା। ବାଲେଶ୍ଵର ଓ ମୟୂରଭଞ୍ଜ ସୀମାରେ ରହିଥିବା ଏହି ଐତିହାସିକ ଏୟାରଷ୍ଟ୍ରିପଠାରୁ ମାତ୍ର ୧୦ କିମି ଦୂରରେ ରହିଛି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକର ଅର୍ମଦା ରୋଡ୍ ରେଳଷ୍ଟେସନ ଏବଂ ଏହା ୬୦ ନମ୍ବର ରାଜପଥକୁ ମଧ୍ୟ ସଂଯୋଗ କରୁଛି। ଗମନାଗମନ ଦୃଷ୍ଟିକୋଣରୁ ଏହା ଉତ୍ତର ଓଡ଼ିଶାର ଏକ କେନ୍ଦ୍ରସ୍ଥଳୀ ।