ମୁମ୍ବାଇ ଏୟାରପୋର୍ଟରୁ ଜବତ ହେଲା ୬୧ କେଜିର ସୁନା

ମୁମ୍ବାଇ : (ସଂକେତ୍ ଟିଭି) ଗୋଟିଏ ଦିନରେ ୬୧ କିଲୋ ସୁନା ଜବତ କଲା ମୁମ୍ବାଇ ଏୟାର ପୋର୍ଟ କଷ୍ଟମସ୍‌ । ଯାହାର ଆନୁମାନିକ ମୂଲ୍ୟ ୩୨ କୋଟିରୁ ଉଦ୍ଧ୍ୱର୍ ହେବ । ଏଥିରେ ୭ ଜଣଙ୍କୁ ଗିରଫ କବିବା ସହ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗିରଫ ଚୋରା ଚାଲାଣକାରିଙ୍କ ମଧ୍ୟରେ ଦୁଇ ଜଣ ମହିଳା ରହିଛନ୍ତି । ଗିରଫଙ୍କ ମଧ୍ୟରେ ଚାରିଜଣ ବ୍ୟକ୍ତି ତାଞ୍ଜାନିଆରୁ ଫେରୁଥିବା ତିନି ଭାରତୀୟଙ୍କ ଠାରୁ ୧ କେଜି ବାରର ୫୩ କେଜିର ସୁନା ଜବତ ହୋଇଛି । ସେହିପରି ୨ ଯାତ୍ରୀଙ୍କଠାରୁ ୧୪ କେଜି । ଆଉ ଦୁଇ ଯାତ୍ରୀଙ୍କ ଠାରୁ ଯଥାକ୍ରମେ ୧୨ ଏବଂ ୧୩ କେଜିର ସୁନା ଜବତ ହୋଇଥିଲା । ଯାହାର ମୂଲ୍ୟ ୨୮.୧୭ କୋଟି ।

ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ବେଲ୍ଡରେ ଏସବୁ ଲୁଚାଇ ରଖିଥିଲେ ଚୋରା ଚାଲାଣକାରି । ସେହିପରି ଦୁବାଇରୁ ଆସିଥିବା ୩ ଜଣ ଯାତ୍ରୀଙ୍କଠୁ ୮ କିଲୋ ସୁନା ଜବତ କରିଛି କଷ୍ଟମସ୍‌ ବିଭାଗ । ଯାହାର ମୂଲ୍ୟ ୩କୋଟି ୮୮ ଲକ୍ଷ ହେବ । ଜିନସ୍‌ ପ୍ୟାଣ୍ଟର ବେଲ୍ଟରେ ଲୁଚାଇ ଆଣିଥିଲେ ସୁନା । ୩ ଜଣଙ୍କ ଭିତରେ ୨ ଜଣ ମହିଳା ରହିଥିଲେ । ସୂଚନା ଅନୁଯାୟୀ, ଦୋହାରୁ ମୁମ୍ବାଇ ଆସିଥିବା କତାର ଏୟାରେୱଜର ଫ୍ଲାଇଟ୍‌ ନମ୍ବର କ୍ୟୁଆର୍‌-୫୫୬ ବିମାନରେ ଏହି ଯାତ୍ରୀ ଯାତ୍ରା କରୁଥିଲେ । ତେବେ ଗିରଫ ପରେ ସେମାନଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି ।