ପ୍ରେମିକାର ଶବକୁ ୩୫ଖଣ୍ଡ କରିଥିଲା ଅଭିଯୁକ୍ତ ପ୍ରେମିକ, ୫ ମାସ ପରେ ଖୋଲିଲା ହତ୍ୟା ରହସ୍ୟ

ନୂଆଦିଲ୍ଲୀ : (ସଂକେତ୍ ଟିଭି): ଜ ଠାରୁ ଅଧିକ ଭଲ ପାଉଥିବା ପ୍ରେମିକାର ଶବକୁ ୩୫ଖଣ୍ଡ କରିଥିଲା ଅଭିଯୁକ୍ତ ପ୍ରେମିକ । ଏନେଇ ଦିଲ୍ଲୀ ପୋଲିସ ତଦନ୍ତରେ ସାମ୍ନାକୁ ଆସିଛି ସତ । ୫ମାସ ପରେ ଅଭିଯୁକ୍ତ ଖୋଲିଛି ମର୍ଡର ମିଷ୍ଟ୍ରିର ରେଡ୍ ପ୍ଲାନ୍ । ଏହି ଘଟଣା ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସୂଚନା ଅନୁସାରେ, ୨୬ ବର୍ଷିୟା ମୃତ ଶ୍ରଦ୍ଧା ଓ୍ବାକର ମୁମ୍ବାଇର ଏକ ମିଲେନିୟମ କମ୍ପାନୀର କଲ୍ ସେଣ୍ଟରରେ ଚାକିରି କରୁଥିଲେ । ଏହି ସମୟରେ ଶ୍ରଦ୍ଧାଙ୍କ ସହିତ ଆଫତାବ୍ ଅମିନଙ୍କ ଭେଟ ହୋଇଥିଲା । ଆଉ ଏଇଠୁ ଉଭୟଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା। ଏନେଇ ପରିବାର ଲୋକ ଜାଣି ପରେ ବିରୋଧ କରିବା ଆରମ୍ଭ କରିଥିଲେ । ପରେ ହଠାତ୍ ମୁମ୍ବାଇ ଛାଡ଼ି ଦିଲ୍ଲୀର ମେହରୋଲି ଅଞ୍ଚଳରେ ବସେରା ଆରମ୍ଭ କରିଥିଲେ ପ୍ରେମିକା ଶ୍ରଦ୍ଧା ଓ ପ୍ରେମିକ ଆଫତାବ୍ । ହେଲେ କିଛି ଦିନ ପରେ ହଠାତ୍ ଶ୍ରଦ୍ଧାଙ୍କ ମୋବାଇଲ ବନ୍ଦ ହୋଇଯାଇଥିଲେ । ଏନେଇ ୮ ନଭେମ୍ବରକୁ ଝିଅକୁ ଅପହରଣ କରାଯାଇଛି ମେହରୋଲି ଥାନାରେ ଏତଲା ଦେଇଥିଲେ । ପରେ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ପ୍ରେମିକାକୁ ଗିରଫ କରିବା ସହିତ ମାର୍ଡର ପ୍ଲାନ୍ ଖୁଲାସା କରିଛି ।

ପୋଲିସର ସୂଚନା, ଦିଲ୍ଲୀରେ ଲିଭ୍-ଇନ୍ ରହିବା ଭିତରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ମେ’ ୧୮ ତାରିଖରେ ଏହି ଝଗଡ଼ା ଭୟଙ୍କର ରୂପ ଧାରଣ କରିଥିଲା । ଅବତାଫ୍ ଉତ୍ତେଜିତ ହୋଇ ଶ୍ରଦ୍ଧା ଓ୍ବାକରଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ମୃତଦେହକୁ ୩୦୦ ଲିଟର ରେଫ୍ରିଜେଟରେ ଭର୍ତ୍ତି କରି ରଖିଥିଲା । ପରେ ମୃତଦେହକୁ ୩୫ ଖଣ୍ଡ କରି ପ୍ରତିଦିନ ରାତି ୨ଟାରେ ଫିଙ୍ଗିିଥିଲା। ଏହି ପରି ଭାବେ ୧୮ ଦିନ ମଧ୍ୟରେ ସମସ୍ତ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା ଅଭିଯୁକ୍ତ ପ୍ରେମିକ ।

ସୂଚନାଯୋଗ୍ୟ ଯେ, ୨୦୧୩ ମସିହା ଜୁନ ୨୧ ତାରିଖରେ ଘଟିଥିଲା ଏମିତି ଏକ ଜଘନ୍ୟ ହତ୍ୟାକାଣ୍ଡ । ନୟାପଲ୍ଲୀ ଅଞ୍ଚଳରେ ରହୁଥିବା କର୍ଣ୍ଣେଲ ସୋମନାଥ ପରିଡା ତାଙ୍କ ସ୍ତ୍ରୀ ଉଷାଶ୍ରୀଙ୍କୁ ହତ୍ୟା କରିଥିଲେ । ୨୧ଟି ଷ୍ଟିଲ ଡବା ଓ ଦୁଇଟି ବଡ ବାକ୍ସରେ ଶରୀରକୁ ଖଣ୍ଡ ଖଣ୍ଡ କରି ରଖିଥିଲେ । ଏପରିକି ଉଷାଶ୍ରୀଙ୍କ ମୁଣ୍ଡ ଭର୍ତି ଗୋଟିଏ ଟିଫିନ, ଆରି, କରତ, ୨୫ ବୋତଲ ଫିନାଇଲ, ଚଟାଣ ସଫେଇ ଏସିଡ ଜବତ କରିଥିଲା ପୋଲିସ । ସୋମନାଥଙ୍କ ଲାଏ ଡିଟେକସନ କରିଥିଲା ପୋଲିସ । ତେବେ ସୋମନାଥ ତାଙ୍କ ପତ୍ନୀଙ୍କୁ ହତ୍ୟା କରିନଥିବା କହିଥିଲେ ।

ଉଷାଶ୍ରୀଙ୍କ ଡିଏନଏ, ଭେସେରା, ଖପୁରୀ ପରୀକ୍ଷା ମଧ୍ୟ କରାଯାଇଥିଲା । ସମୁଦାୟ ଘଟଣାରେ ୨୯ ଜଣଙ୍କର ସାକ୍ଷ୍ୟ ମଧ୍ୟ ଗ୍ରହଣ କରାଯାଇଥିଲା । ହତ୍ୟାକାଣ୍ଡର ମୁଖ୍ୟ ନାୟକ ଅବସରପ୍ରାପ୍ତ କର୍ଣ୍ଣେଲ ସୋମନାଥ ପରିଡା ଘଟଣାକୁ ଚାପିବା ପାଇଁ ନକ୍ସା ପ୍ରସ୍ତୁତ କରିଥିଲେ । ନୟାପଲ୍ଲୀ ଥାନା ଅଞ୍ଚଳରେ ରହୁଥିବା ତାଙ୍କ ଘରର ସମସ୍ତ କବାଟ ଝରକା ବନ୍ଦ କରି ରଖୁଥିଲେ । ଏପରକି ଝିଅ ଲେଖା ପରିଡା ଫୋନ୍ କରି ତାଙ୍କ ମା’ ଉଷାଶ୍ରୀଙ୍କ ବିଷୟରେ ପଚାରିଥିଲେ । ମାତ୍ର ଉଷାଶ୍ରୀଙ୍କ ଦେହ ଖରାପ ଥିବା କହି ବାରମ୍ବାର ଝିଅର ଫୋନ୍ କାଟି ଦେଉଥିଲେ । ଯାହାକୁ ନେଇ ତାଙ୍କ ଝିଅଙ୍କର ସନ୍ଦେହ ହୋଇଥିଲା । ସେ ଏ ନେଇ ସମ୍ପର୍କୀୟଙ୍କୁ ଜଣାଇଥିଲେ । ଏହାସହ ନୟାପଲୀ ଥାନକୁ ମଧ୍ୟ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲା । କର୍ଣ୍ଣେଲ ସୋମନାଥ ପରିଡାଙ୍କୁ ଗିରଫ କରିଥିଲା ପୋଲିସ ।