କମିଲା ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ସମୟ ଅବଧି

ଭୁବନେଶ୍ୱର : (ସଂକେତ୍ ଟିଭି) ରାଜ୍ୟ ନିର୍ବାଚନ କମିଶନ ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ସମୟ ଅବଧିକୁ କମାଇଦେଇଛନ୍ତି। ଶୀତ ଦିନ ଏବଂ ମାଓବାଦୀ ଅଞ୍ଚଳ ହୋଇଥିବାରୁ ଭୋଟିଂ ସମୟ କମାଯାଇଛି । ଭୋଟିଂ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏ ହେବ । ପଦ୍ମପୁର ଉପନିର୍ବାଚନ ପାଇଁ ସିଇଓ ଡ଼ାକିଥିବା ସର୍ବଦଳୀୟ ବୈଠକ ପରେ ଏ ନେଇ ସୂଚନା ଦେଇଛନ୍ତି ରାଜନୈତିକ ଦଳ । ସେପଟେ ସ୍ଵଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଦାବି କରିଛନ୍ତି । ବିରୋଧୀ ମାନେ ଅବାଧ ଓ ନିରପେକ୍ଷ ନିର୍ବାଚନ ହେଉନି ବୋଲି ଅଭିଯୋଗ କରିଛନ୍ତି । ଜବାବରେ ଶାସକ ଦଳ କହିଛି ଯେ ନିର୍ବାଚନ ପ୍ରକ୍ରିୟା ନିୟମ ଅନୁସାରେ ହେଉଛି ।