ଟକ୍ ଶୋ’ରେ ନଜର ଆସିବେ ସାନିଆ-ସୋଏବ

ନୂଆଦିଲ୍ଲୀ: (ସଂକେତ୍ ଟିଭି) ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟର ସୋଏବ ମଲିକ ବେଶ୍‌ କିଛି ଦିନ ହେବ ଉଭୟଙ୍କ ଛାଡପତ୍ରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।ଦୁହେଁ ପରସ୍ପର ଠାରୁ ଅଲଗା ହୋଇଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହାରି ଭିତରେ ଏହି ଷ୍ଟାର କପଲ ଏକ ବଡ ଘୋଷଣା କରିଛନ୍ତି ଦୁହେଁ ଏକାଠି ଏକ ଟକ୍‌ ଶୋରେ ନଜର ଆସିବେ ବୋଲି ଘୋଷଣା ହୋଇଛି । ଟେନିସ୍ ସେନ୍‌ସେସନ୍ ସାନିଆ ମିର୍ଜା ଓ ସୋଏବ ମଲିକ ଉଭୟ ଏକାଠି ଟକ୍ ଶୋରେ ନଜର ଆସିବେ । ଏହି ଟକ୍ ଶୋର ନାଁ ମିର୍ଜା ମଲିକ ଶୋ ରଖାଯାଇଛି ଏହି ଶୋର ପୋଷ୍ଟର ମଧ୍ୟ ରିଲିଜ ହୋଇଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଶୋ ଏକ ପାକିସ୍ତାନୀ ଚ୍ୟାନେଲ୍‌ରେ ପ୍ରସାରିତ ହେବ ବୋଲି କୁହାଯାଉଛି ।

କିଛି ଦିନ ହେବ ସାନିଆ ଏବଂ ସୋଏବଙ୍କ ବିବାହ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ପାକିସ୍ତାନୀ ଗଣମାଧ୍ୟରେ ଖବର ପ୍ରକାଶ ପାଇଥିଲା ଆଉ ଏହି ଖବର ସୀମା ଡେଇଁ ଭାରତରେ ମଧ୍ୟ ପହଞ୍ଚିଥିଲା । ଏପରିକି ସୋଏବ ସାନିଅ ।ଙ୍କୁ ଧୋକା ଦେଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା ଦୁହିଁଙ୍କ ବିବାହ ବିଚ୍ଛେଦ ପାଇଁ ଜଣେ ପାକିସ୍ତାନୀ ଅଭିନେତ୍ରୀଙ୍କୁ ଦାୟୀ କରାଯାଇଥିଲା ତେବେ ଏନେଇ ସାନିଆ ଓ ସୋଏବଙ୍କ ପକ୍ଷରୁ କିନ୍ତୁ କୌଣସି ଅଫିସିଆଲ୍ ଘୋଷଣା କରାଯାଇନଥିଲା । ଏହାରି ଭିତରେ ଦୁହେଁ ଏକାଠି ଶୋ ହୋଷ୍ଟ କରିବା ନେଇ ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ୨୦୧୦ ଏପ୍ରିଲ ୧୨ ତାରିଖରେ ଭାରତୀୟ ଟେନିସ୍ ଷ୍ଟାର୍‌ ଖେଳାଳି ସାନିଆ ର୍ମିଜାଙ୍କ ହାତ ଧରିଥିଲେ ପାକିସ୍ତାନର କ୍ରିକେଟର ସୋଏବ ମଲିକ ଏହି ବିବାହକୁ ନେଇ ସେତେବେଳେ ଜୋରଦାର ଚର୍ଚ୍ଚା ହୋଇଥିଲା ଅନେକ ବିବାଦ ମଧ୍ୟ ଉପୁଜିଥିଲା ।