ପାଣ୍ଡ୍ୟାଙ୍କୁ କ୍ୟାପ୍ଟେନ କଲେ ରିସ୍କ ଅଛି : କେ. ଶ୍ରୀକାନ୍ତ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଟିମ ଇଣ୍ଡିଆ ଚଳିତ ବର୍ଷ ଟି-୨୦ ବିଶ୍ୱକପରୁ ବିଦା ହେବା ପରେ ଅନେକ ଲୋକ ମତାମତ ଦେବା ଆରମ୍ଭ କରିଛନ୍ତି । ଏଥିସହ ୨୦୨୪ ଟି-୨୦ ବିଶ୍ୱ୍‌କପରେ ଭାରତର ଅଧିନାୟକ କିଏ ହେବେ, ତାକୁ ନେଇ ବିତର୍କ ମଧ୍ୟ ଚାଲିଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ ଚଳିତ ବର୍ଷ ଟି-୨୦ ବିଶ୍ୱକପ ସେମିରେ ପହଞ୍ଚିଥିଲା । କିନ୍ତୁ ଇଂଲଣ୍ଡ ବିପକ୍ଷରେ ଦୁର୍ବଳ ପ୍ରଦର୍ଶନ ଭାରତକୁ ଟୁର୍ଣ୍ଣାମେଣ୍ଟରୁ ବିଦା କରିଥିଲା ରୋହିତଙ୍କୁ ଏବେ ୩୫ ବର୍ଷ ହୋଇ ସାରିଥିବାରୁ ୨୦୨୪ ବେଳକୁ ସେ ୩୭ ବର୍ଷରେ ପାଦ ଦେଇଥିବେ । ତେଣୁ ତାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତ ୨୦୨୪ ଟି-୨୦ ବିଶ୍ୱକପ ଖେଳିବ ବୋଲି ଚର୍ଚ୍ଚା ହେଉଛି ।

ଏହାକୁ ଅନେକ ପୂର୍ବତନ କ୍ରିକେଟର ମଧ୍ୟ ସମର୍ଥନ କରିଛନ୍ତି ଚୟନ କମିଟିର ପୂର୍ବତନ ମୁଖ୍ୟ ତଥା ଭାରତୀୟ ଦଳର ପୂର୍ବତନ ଓପନର ବ୍ୟାଟର କେ ଶ୍ରୀକାନ୍ତ ଏବେ ଠାରୁ ହାର୍ଦ୍ଦିକଙ୍କ ନେତୃତ୍ୱରେ ୨୦୨୪ ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ କହିଛନ୍ତି । ହେଲେ କେବଳ ପାଣ୍ଡ୍ୟାଙ୍କୁ ନେତୃତ୍ୱ ଦେବା ଉପରେ ଫୋକସ କଲେ ଅନେକ ରିସ୍କ ରହିଛି । ପାଣ୍ଡ୍ୟା ଜଣେ ଦକ୍ଷ ଖେଳାଳି ସେ ମ୍ୟାଚ୍ ଜିତିବା ସହ ନେତୃତ୍ୱ ନେବାକୁ ସକ୍ଷମ । ହେଲେ ଟି-୨୦ ବିଶ୍ୱକପ ପାଇଁ କେବଳ ତାଙ୍କୁ ନେତୃତ୍ୱ ଦେବାକୁ ଚିନ୍ତା କରିବାରେ ଅନେକ ବିପଦ ରହିଛି ।

ତେଣୁ କେବଳ ପାଣ୍ଡ୍ୟା ନୁହନ୍ତି, ଏକାଧିକ ଖେଳାଳିଙ୍କୁ ନେତୃତ୍ୱ ନେବାର କଳା ଏବେ ଠାରୁ ବିସିସିଆଇ ଶିଖାଇବା ଦରକାର କାରଣ ସମୟ ଆସିଲେ ସେମାନେ ମଧ୍ୟ ଦଳକୁ ଆଗକୁ ଦେବାକୁ ସକ୍ଷମ ହେବେ । ଯଦି ଆପଣମାନେ ଭାବୁଛନ୍ତି କ୍ୟାପ୍ଟେନ ବଦଳି ଗଲେ ରେଜଲ୍ଟ ବଦଳି ଯିବ, ତାହେଲେ ଏହା କେବେ ହେଲେ ସମ୍ଭବ ନୁହେଁ । ଆପଣଙ୍କ ଏହି ଭାବନା ଆଦୌ ଠିକ ନୁହେଁ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କଥା ବିଚାରକୁ ନେଲେ ଆମମାନଙ୍କୁ ଗୋଟିଏ କଥା ବୁଝିବା ପଡ଼ିବ; ସେ ଜଣେ ଫାଷ୍ଟ ବୋଲର ଅଲରାଉଣ୍ଡର । ପୂର୍ବରୁ ମଧ୍ୟ ସେ ଆହତ ସମସ୍ୟା ଦେଇ ଗତି କରିଛନ୍ତି । ଏବେ ଠାରୁ ତାଙ୍କୁ ବିଶ୍‌କପର ନେତୃତ୍ୱ ନେବାର କଳା ଶିଖାଇବାରେ କିଛି ବି ଅସୁବିଧା ନାହିଁ ତାଙ୍କ ପାଖରେ ନେତୃତ୍ୱ ନେବାର ଦକ୍ଷତା ରହିଛି ।