୧୦ ମହଲା ଉପରୁ ଡେଇଁପଡି ଆତ୍ମହତ୍ୟା କଲେ ଓଡ଼ିଆ RAW ଅଫିସର

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଦିଲ୍ଲୀ ଲୋଦି କଲୋନୀ ସ୍ଥିତ ଇଣ୍ଟେଲିଜେନ୍ସ ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW) ମୁଖ୍ୟାଳୟର ୧୦ମହଲାରୁ ଡେଇଁ ର (RAW) ର ଜଣେ ଓଡିଆ ଅଫିସର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏବେ ଯାଏଁ ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି ।

ସୂଚନା ଅନୁଯାୟୀ, ଅଫିସର ଅନିକେତ କୁମାର କଟକ ଅଞ୍ଚଳର ବାସିନ୍ଦା ଥିଲେ। ସୋମବାର ସକାଳେ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିବାର କିଛି ସମୟ ପରେ ସେ ଦଶମ ମହଲାରୁ ଡେଇଁ ପଡିଥିଲେ ବୋଲି କୁହାଯାଉଛି। ଅନିକେତ ଏଭଳି କାହିଁକି କଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ । ତେବେ ସେ ଗତ କିଛି ଦିନ ଧରି ମାନସିକ ଅବସାଦରେ ରହୁଥିବା କୁହାଯାଉଛି । ମଙ୍ଗଳବାର ଅନିକେତଙ୍କ ମୃତଦେହର ପୋଷ୍ଟମର୍ଟମ କରାଯିବ।

ତେବେ ଜଣେ ଗୁଇନ୍ଦା ଅଧିକାରୀ କାହିଁକି ଏପରି ଆତ୍ମହତ୍ୟା କଲେ । ସେନେଇ ଖୋଳତାଡ଼ ଜାରି ରହିଛି । ଅନିକେତଙ୍କ ମୃତ୍ୟୁ ପଛରେ ମାନସିକ ଅବସାଦ ନା ଆଉ କିଛି । ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।

ଅନିକେତଙ୍କ ପରିବାରର ସୂଚନା ଅନୁଯାୟୀ,ମଙ୍ଗଳବାର ଅନିକେତଙ୍କ ମୃତଦେହର ପୋଷ୍ଟମର୍ଟମ କରାଯିବ। ତେବେ ଜଣେ ଗୁଇନ୍ଦା ଅଧିକାରୀ କାହିଁକି ଏପରି ଆତ୍ମହତ୍ୟା କଲେ । ସେନେଇ ଖୋଳତାଡ଼ ଜାରି ରହିଛି । ଅନିକେତଙ୍କ ମୃତ୍ୟୁ ପଛରେ ମାନସିକ ଅବସାଦ ନା ଆଉ କିଛି କାରଣ ରହିଛି, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।

ଅଫିସ ଆସିବାର କିଛି ସମୟ ପରେ ହିଁ ସେ କୋଠାରୁ ଡେଇଁ ପଡ଼ିଥିବାବେଳେ ଖବର ପାଇ ତାଙ୍କୁ ଲୋଧିରୋଡ ପୋଲିସ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମାନସିକ ଚାପ ଯୋଗୁଁ ଅନିକେତ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।