ପୁରୀରେ ନିର୍ମାଣ ହେବ ଆଦର୍ଶ ଗୁରୁକୂଳ

ପୁରୀ : (ସଂକେତ୍ ଟିଭି) ପୁରୀର ମାଟିତୋଟା ଅଞ୍ଚଳରେ ୧୯.୩୮ ଏକର ପରିମିତ ଯାଗାରେ ଆଦର୍ଶ ଗୁରୁକୂଳ ନିର୍ମାଣ ହେବ । ଗୁରୁକୂଳ ପ୍ରତିଷ୍ଠା ପାଇଁ ମାନ୍ଯବର ସୁପ୍ରିମକୋର୍ଟ ପ୍ରଦାନ କରିଥିବା ୬ କୋଟି ଏବଂ ରାଜ୍ୟ ସରକାରଙ୍କ ଅଭଡା ଯୋଜନାରେ ଅବଶିଷ୍ଟ ଟଙ୍କା ବ୍ଯୟରେ ଗୁରୁକୂଳ ନିର୍ମାଣ ହେବ।

ଏହି ଆଦର୍ଶ ଗୁରୁକୂଳ ପ୍ରତିଷ୍ଠା ପାଇଁ ଗଜପତି ମହାରାଜାଙ୍କ ଅଧ୍ଯକ୍ଷତାରେ ଆଜି ଏକ ପ୍ରସ୍ତୁତି ବୈଠକ ବସିଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ଓ ବିର୍ଲା ଫାଉଣ୍ଡେସନ ମଧ୍ୟରେ ଏ ନେଇ ଏମଓୟୁ ସ୍ୱାକ୍ଷର ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ଏମଓୟୁ ସାକ୍ଷର ହୋଇଛି।

ପ୍ରାଥମିକ ପର୍ଯ୍ୟାୟରେ ଏହି ଗୁରୁକୂଳରେ ସେବାୟତ ପିଲାଙ୍କ ପାଇଁ ପଚାଶ ପ୍ରତିଶତ ସଂରକ୍ଷଣ ରହିବ। ୨୦୨୪ ଆରମ୍ଭରୁ ୪ଟି ଭାଷାରେ ପାଠ୍ଯକ୍ରମ ଆରମ୍ଭ ହେବ। ଏଥିରେ ପିଲାମାନଙ୍କୁ କେବଳ ଲିଟରେଟ ନୁହେଁ ଜଗନ୍ନାଥ ସଂସ୍କୃତି ପରମ୍ପରା , ଗ୍ଲୋବାଲ ଶିଶୁ, ହୋଲିଷ୍ଟିକ ଏଜୁକେସନ ଆଦି ଶିକ୍ଷା ଦିଆଯିବ। ଆସନ୍ତା ଅକ୍ଷୟ ତୃତୀୟା ଦିନ ଗୁରୁକୁଳର ଭୂମିପୂଜନ କରାଯିବ ବୋଲି ବିର୍ଲ୍ଲା ଫାଉଣ୍ଡେସନ ଅଧିକାରୀ ଓ ପରିଚାଳନା କମିଟି ସଦସ୍ଯ ପ୍ରତିକ୍ରିୟା ରଖିଛନ୍ତି।