BusinessFeaturedLatest

ଦେଶର ସବୁଠୁ ଧନୀ ବ୍ୟାଙ୍କର, ହେଲେ ପୁଅକୁ ମିଳୁନି ଚାକିରୀ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଦେଶର ସବୁଠୁ ଧନୀ ବ୍ୟାଙ୍କର ଉଦୟ କୋଟକ ଶୀଘ୍ର କୋଟକ ମହିନ୍ଦ୍ରା ବ୍ୟାଙ୍କର ନୂତନ ସିଇଓ (ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ) ନିଯୁକ୍ତ କରିବାକୁ ଯାଉଛନ୍ତି । ତେବେ ଏହି ଦାୟିତ୍ୱ ତାଙ୍କ ପୁଅ ଅଜୟ କୋଟକଙ୍କୁ ମିଳିବ ନାହିଁ ବରଂ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଏହି ଗୁରୁ ଦାୟିତ୍ୱ ଦିଆଯିବ । ସଂପ୍ରତି ଉଦୟ କୋଟକ ବ୍ୟାଙ୍କର ସିଇଓ ପଦରେ ଅଛନ୍ତି । କୋଟକ ମହିନ୍ଦ୍ରା ବ୍ୟାଙ୍କ ନୂତନ ସିଇଓ ନିଯୁକ୍ତି ପାଇଁ ଛଅ ମାସର ସମୟ ନିର୍ଦ୍ଧାରିତ କରିଛି ।

କୋଟକ ମହିନ୍ଦ୍ରା ବ୍ୟାଙ୍କର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ କେଭିଏସ ମଣିୟନ କହିଛନ୍ତି, ବ୍ୟାଙ୍କର ପ୍ରତିଷ୍ଠାତା ଉଦୟ କୋଟକଙ୍କ ପୁଅ ଜୟ କୋଟକଙ୍କ ନାମ ସିଇଓ ଦୌଡରେ ନାହିଁ । ଜୟ କୋଟକ ଏବେ ଯୁବକ ଅଛନ୍ତି ଏବଂ ତାଙ୍କୁ ଯୋଗ୍ୟତା ଆଧାରରେ କାମ କରିବାକୁ ହେଲେ ନିଜକୁ ବହୁତ କିଛି ସାବ୍ୟସ୍ତ କରିବାକୁ ପଡିବ । ବ୍ୟାଙ୍କ ଆଗାମୀ ପାଞ୍ଚରୁ ଛଅ ମାସରେ ନିଜର ନୂତନ ସିଇଓଙ୍କ ନାମ ଘୋଷଣା କରିବ ବୋଲି ନିର୍ଦ୍ଦେଶକ କେଭିଏସ ମଣିୟନ କହିଛନ୍ତି ।

ଭାରତୀୟ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କର ସିଇଓର ସର୍ବାଧିକ କାର୍ଯ୍ୟକାଳ ସଂପର୍କିତ ଆଇନ ପ୍ରଣୟନ କରିଛି । ଏହା ଅନୁଯାୟୀ, ଉଦୟ କୋଟକ ସିଇଓ ପଦ ଛାଡିବା ପରେ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଏହି ଦାୟିତ୍ୱ ଦିଆଯିବ । ଉଦୟ କୋଟକ ୧୯୮୫ରେ ବ୍ୟାଙ୍କର ପ୍ରତିଷ୍ଠା କରିବା ସହ ସିଇଓ ପଦ ସମ୍ଭାଳିଥିଲେ ।