EntertainmentLatest

ସଂଘର୍ଷଭରା କାହାଣୀ ବଖାଣିଲେ ମିଥୁନ୍‌ ଚକ୍ରବର୍ତ୍ତୀ

ମୁମ୍ବାଇ : (ସଂକେତ୍ ଟିଭି) ୮୦ ଦଶକର ସୁପର ହିରୋ ମିଥୁନ ଚକ୍ରବର୍ତ୍ତୀ ରିୟଲିଟି ସୋ ସାରେଗାମାପା ଲିଟିଲ ଚ୍ୟାମ୍ପରେ ପ୍ରତିଯୋଗୀଙ୍କୁ ଖୁବ ଉତ୍ସାହିତ କରିଛନ୍ତି । ସୋ’ରେ ଏମିତି ସମୟ ବି ଆସିଥିଲା ଯେଉଁଥିରେ ମିଥୁନଙ୍କୁ ଭାବୁକ ହୋଇଥିବାର ଦେଖିବାକୁ ମିଳିଥିଲା । ମିଥୁନ ଏହି ସୋ ଜରିଆରେ ନିଜର ସଂଘର୍ଷମୟ ଜୀବନ ବିଷୟର କହି କାନ୍ଦି ପକାଇଥିଲେ ।

ମିଥୁନ କହିଛନ୍ତି, ‘ମୋର ଚର୍ମର ରଙ୍ଗ ପାଇଁ ମୋତେ ଅନେକ କଥା ଶୁଣିବାକୁ ପଡ଼ିଥିଲା । ଏମିତି କି ମୋତେ ଏଥିପାଇଁ ବର୍ଷବର୍ଷ ଧରି ଅପମାନ ବି କରାଯାଇଛି । ଏହି କାରଣରୁ ମୁଁ ବହୁତ କାନ୍ଦିଛି, ବହୁତ କଷ୍ଟ ପାଇଛି । ମୁଁ ଚାହେଁ କି ଜୀବନରେ ଯେଉଁ ପରିସ୍ଥିତି ଦେଇ ମୁଁ ଗତି କରିଛି, ଆଉ ସେମିତି କେହି ଗତି ନ କରୁ । ପ୍ରତ୍ୟେକ ଲୋକ ସଂଘର୍ଷ କରିଥାଆନ୍ତି । ଅନେକ ସମୟରେ ଖାଇବାକୁ ମିଳି ନଥାଏ । ଭୋକ ଲାଗୁଥିବାରୁ ନିଦ ବି ହେଉ ନଥାଏ । ଅନେକ ଦିନ ଫୁଟପାଥରେ ବି ଶୋଇଛି । ଏହି କାରଣରୁ ମୁଁ ଚାହେଁ ନାହିଁ କି ମୋର ଏଭଳି ଜୀବନକୁ ନେଇ ବାୟୋପିକ ପ୍ରସ୍ତୁତ କରାଯାଉ । ମୁଁ ଚାହେଁ ନାହିଁ କି ମୁଁ ଯେମିତି କଷ୍ଟ କରିଛି ସେମିତି କିଏ କରୁ । ମୋର ଜୀବନ କାହାଣୀ କାହାକୁ ଅନୁପ୍ରାଣିତ କରିବ ନାହିଁ । ବରଂ ମୋର କାହାଣୀ ଲୋକଙ୍କୁ ସେମାନଙ୍କ ସ୍ୱପ୍ନ ପୂରା କରିବାରେ ବାଧା ସୃଷ୍ଟି କରିବ । ତେଣୁ ମୁଁ ଚାହେଁ ନାହିଁ ଏମିତି ହେଉ । ନିଜକୁ ପ୍ରମାଣିତ କରିବାକୁ ସିନେମା ଦୁନିଆରେ ଅନେକ ଲଢ଼େଇ ଲଢ଼ିଛି ।’ ସେଟରେ ମିଥୁନଙ୍କ ଏଭଳି ସଂଘର୍ଷ ଭରା କାହାଣୀ ଶୁଣି ମଞ୍ଚରେ ଉପସ୍ଥିତ ଥିବା ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସିଥିଲା ।