ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ଲାଇନ ମ୍ୟାନ୍

କନ୍ଧମାଳ : (ସଂକେତ୍ ଟିଭି) ନୂଆ ବିଦ୍ୟୁତ ସଂଯୋଗ ଦେବା ପାଇଁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବାବେଳେ କନ୍ଧମାଳ ଜିଲ୍ଲା ଟିକାବାଲି ବିଦ୍ୟୁତ ବିଭାଗର ଲାଇନ ମ୍ୟାନ କାଳୁ ଚରଣ ପଲେଇଙ୍କୁ ଭିଜିଲାନ୍ସ ଗିରଫ କରିଛି । ଘଟଣା ସ୍ଥଳରୁ ଟଙ୍କା ଜବତ କରାଯାଇଛି ।

ସୂଚନା ଅନୁସାରେ, ଲାଇନମ୍ୟାନ କାଳୁ ଚରଣ ଟିକାବାଲି ବ୍ଲକର ଛତିଝର ଗ୍ରାମର ରୀଙ୍କୁ ଭୁକ୍ତା ନାମକ ବ୍ୟକ୍ତିଙ୍କଠାରୁ ନୂତନ ବିଦ୍ୟୁତ ସଂଯୋଗ କରାଇଦେବାଲାଗି ଲାଞ୍ଚ ଟଙ୍କା ନେଉଥିଲେ । ମାତ୍ର ଘଟଣା ବିଷୟରେ ଜାଣି ପୂର୍ବରୁ ସେଠାରେ ଲୁଚି ରହିଥିବା ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ ମାଡ଼ିବସିଥିଲେ । ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯିବା ସହ ଅଧିକ ତଦନ୍ତ ଜାରିରହିଛି ।