ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ୍‌ର ସଫଳ ଉତକ୍ଷେପଣ

ହାଇଦ୍ରାବାଦ : (ସଂକେତ୍ ଟିଭି) ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ୍‌ର ସଫଳତାର ସହ ଉତକ୍ଷେପଣ ହୋଇଛି। ଶୁକ୍ରବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରୁ ଉତକ୍ଷେପଣ କରାଯାଇଛି। ସ୍ପେସ ଷ୍ଟାର୍ଟଅପ ସ୍କାଇରୁଟ୍‌ ଏରୋସ୍ପେସ ଦ୍ୱାରା ବିକଶିତ ଏହି ରକେଟକୁ ଭାରତୀୟ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ପକ୍ଷରୁ ସକାଳ ୧୧.୩୦ ଉତକ୍ଷେପଣ କରାଯାଇଥିଲା।

ଦିଗଙ୍ଗତ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ନାଁରେ ରକେଟ୍ ର ନାମକରଣ ହୋଇଛି । ସ୍କାଇରୁଟ୍ ଏରୋସ୍ପେସର ପ୍ରଥମ ମିଶନ୍, ଯାହାର ନାମ ‘ପ୍ରାରମ୍ଭ’ ରଖାଯାଇଛି। ବିକ୍ରମ-ଏସ୍‌ ମହାକାଶରେ ୮୧ କିଲୋମିଟର ପର୍ଯ୍ଯନ୍ତ ଯାତ୍ରା କରିବ । ଏହାର ଲମ୍ବ ୬ମିଟର ହୋଇଥିବା ବେଳେ ଏହି ରକେଟ୍‌ରେ ଥ୍ରୀଡି ପେଣ୍ଟିଂ କରାଯାଇଛି ।

ଇସ୍ରୋ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ରକେଟ ଉତକ୍ଷେପଣ କରିଛି, କିନ୍ତୁ ଇସ୍ରୋ ଏହାର ଲଞ୍ଚ ପ୍ୟାଡରୁ ପ୍ରଥମ ଥର ପାଇଁ ଏକ ପ୍ରାଇଭେଟ୍‌ କମ୍ପାନୀର ମିଶନ ପ୍ରାରମ୍ଭ ସଫଳ ରହିଛି। ଏହି ମିଶନ ସହିତ ହାଇଦ୍ରାବାଦ ସ୍ଥିତ ସ୍କାଇରୁଟ୍‌ ଏରୋସ୍ପେସ ପ୍ରଥମ ପ୍ରାଇଭେଟ୍‌ କମ୍ପାନୀ ହୋଇ ମହାକାଶକୁ ଏକ ରକେଟ ଉତକ୍ଷେପଣ କରି ଇତିହାସ ସୃଷ୍ଟି କରିଛି। ଏହି ମିଶନ ସହିତ ପ୍ରାଇଭେଟ୍‌ ସ୍ପେସ ସେକ୍ଟର ସଂଖ୍ୟା ବୃଦ୍ଧି ପାଇବ।

ଇସ୍ରୋ ସହିତ ଏମଓୟୁ ସ୍ୱାକ୍ଷର କରିବାରେ ଷ୍ଟାର୍ଟଅପ୍ ସ୍କାଏରୁଟ୍ ଏରୋସ୍ପେସ୍ ହେଉଛି ପ୍ରଥମ ଘରୋଇ ସ୍ପେସ୍ କମ୍ପାନୀ । ଖୁବ୍ କମ୍ ସମୟ ଭିତରେ ଇସ୍ରୋ ସହାୟତାରେ ବିକ୍ରମ-ଏସ୍ କୁ ନିର୍ମିତ କରାଯାଇପାରୁଛି ବୋଲି କମ୍ପାନୀର ସିଇଓ ପଓ୍ୱନ କୁମାର ଚନ୍ଦ୍ର କହିଛନ୍ତି। ଇସ୍ରୋର ଭିତ୍ତିଭୂମିକୁ ପାଥେୟ କରି ଏହା ସମ୍ଭବ ହୋଇପାରୁଥିବା ସେ କହିଛନ୍ତି । ଲଞ୍ଚ୍ ଭେହିକଲ୍ ଛଡା ସ୍କାଏରୁଟ୍ ‘ଧଓ୍ୱନ-ଆଇ’ ନାମକ ଏକ କ୍ରିଓଜେନିକ୍ ଇଞ୍ଜିନ ମଧ୍ୟ ପ୍ରସ୍ତୁତ କରୁଛି ସ୍କାଏରୁଟ୍ । ଯାହାକୁ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସତୀଶ ଧଓ୍ୱନଙ୍କ ନାମରେ ନାମିତ କରାଯାଇଛି । ‘ଧଓ୍ୱନ-ଆଇ’ ଉଭୟ ଏଲ୍ଏନଜି ଓ ଲିକ୍ୱିଡ୍ ଅକ୍ସିଜେନରେ ଗତି କରିବ । ପଓ୍ୱନ କୁମାର ଚନ୍ଦନା ସ୍କାଏରୁଟ୍ ଏରୋସ୍ପେସ୍ କମ୍ପାନୀର ସିଇଓ ଏବଂ ନାଗା ଭାରତ ଡାକା ସିଓଓ ।