ବଢିବ ବିଧାୟକଙ୍କ ଦରମା, ବିଚାର ବିମର୍ଶ କରୁଛି ବିଧାନସଭା ଉପଦେଷ୍ଟା କମିଟି

ଭୁବନେଶ୍ୱର : (ସଂକେତ୍ ଟିଭି) ବିଧାନସଭାର ଉପଦେଷ୍ଟା କମିଟି ବିଧାୟକଙ୍କ ଦରମା ବଢାଇବା ନେଇ ବିଚାର ବିମର୍ଶ କରୁଛି । ଖୁବଶୀଘ୍ର ଦରମା ବୃଦ୍ଧି ନେଇ ବାଚସ୍ପତିଙ୍କୁ ରିପୋର୍ଟ ଦିଆଯିବ। ସବିଶେଷ ନିଷ୍ପତ୍ତି ନେବେ ରାଜ୍ୟ ସରକାର ।

ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମା ୨ ଲକ୍ଷରୁ ଅଢେଇ ଲକ୍ଷ ରହିଛି । ଓଡ଼ିଶାରେ ବିଧାୟକଙ୍କ ଦରମା କମ ରହିଛି । ସବୁ ମିଶିକି ୯୮ ହଜାର ବିଧାୟକମାନେ ପାଉଛନ୍ତି ।

ସୂଚନା ଅନୁସାରେ, ଚଳିତ ବିଧାନସଭାରେ ଉଠିଥିଲା ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ ବିଜେପି, କଂଗ୍ରେସ ଓ ବିଜେଡି ସଦସ୍ୟ । କିଛି ସଦସ୍ୟ କହିଥିଲେ ଯେ, ଶେଷ ଥର ପାଇଁ ୧୩.୯.୨୦୧୭ରେ ବିଧାୟକମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢିଥିଲା । ଆଉ ଏବେ ସବୁ ରେଟ୍ ବି ବଢିଛି ତେଣୁ ବିଧାୟକମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ ବଢ଼ାଇବାକୁ ହୋଇଥିଲା । ଏବେ ସବୁର ବିଚାର କରିବା ପରେ ସରକାର ଯାହା ନିଷ୍ପତ୍ତି ନେବେ ।