ସାବରକର ଜୀ ମହାତ୍ମା ଗାନ୍ଧୀଙ୍କ ସହିତ ପ୍ରତାରଣା କରିଛନ୍ତି: ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ : (ସଂକେତ୍ ଟିଭି) କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବୀର ସାବରକରଙ୍କ ନାତି ରଣଜିତ୍‌ ସାବରକର ଏଫ୍‌ଆଇଆର୍ ଦାଖଲ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ବିବୃତ୍ତି ସମ୍ପର୍କରେ ସେ ଏହି ଅଭିଯୋଗ ଦାଖଲ କରିଛନ୍ତି ଯେଉଁଥିରେ ରାହୁଳ ସାବରକରଙ୍କ ବିରୋଧରେ ଅନେକ ଅଭିଯୋଗ କରିଛନ୍ତି । ରଣଜିତ୍‌ ସାବରକର ମୁମ୍ବାଇର ଶିବାଜୀ ପାର୍କ ପୋଲିସ ଷ୍ଟେସନକୁ ଯାଇ ଅଭିଯୋଗ କରିବା ସହ ରାହୁଳଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।

ସେହିପରି ବିଜେପି ମୁଖପାତ୍ର ସମ୍ବିତ୍ ପାତ୍ର କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ବୀର ସାବରକରଙ୍କ ଉପରେ ଦେଇଥିବା ବିବୃତ୍ତି ଅତ୍ୟନ୍ତ ନିନ୍ଦନୀୟ ଅଟେ । ରାହୁଲ ଗାନ୍ଧୀ ଭାବନ୍ତି ଯେ କେବଳ ଗାନ୍ଧୀ ପରିବାର ହିଁ ଦେଶର ସ୍ୱାଧୀନତା ସଂଗ୍ରାମୀ ଅଟନ୍ତି । ସେ କହିଛନ୍ତି ଯେ ରାହୁଳ ଗାନ୍ଧୀ ଦେଶ ଭାଙ୍ଗୁଛନ୍ତି । ସେମାନଙ୍କର ମାନସିକତା ଭାରତକୁ ଏକଜୁଟ କରିବା ନୁହେଁ ବରଂ ଏହାକୁ ଭାଙ୍ଗିବା । ତାଙ୍କ ବିବୃତ୍ତି ପାଇଁ ସେ କ୍ଷମା ମାଗିବା ଉଚିତ୍ ।

ଏଠାରେ ସୂଚନାଯୋଗ୍ୟ ଯେ ନଭେମ୍ବର ୧୭ ଅର୍ଥାତ ଗୁରୁବାର ଦିନ ଭାରତ ଯୋଡ ଯାତ୍ରା ସମୟରେ ରାହୁଲ ଗାନ୍ଧୀ କହିଥିଲେ ଯେ ଯେ ସ୍ୱାଧୀନତା ସଂଗ୍ରାମ ସମୟରେ ଜେଲରୁ ମୁକ୍ତି ପାଇବା ପାଇଁ ବୀର ସାବରକର ବ୍ରିଟିଶମାନଙ୍କୁ ଲିଖିତ ଆକାରରେ କ୍ଷମାପ୍ରାର୍ଥନା କରିଥିଲେ । ଏହା ସହିତ ବୀର ସାବରକର ବ୍ରିଟିଶମାନଙ୍କଠାରୁ ୬୦ ଟଙ୍କା ପେନ୍‌ସନ୍ ମଧ୍ୟ ନେଉଥିବା ଅଭିଯୋଗ କରିଥିଲେ ।

ରାହୁଲ ଗାନ୍ଧୀଙ୍କ ଏହି ବିବୃତ୍ତି ପରେ ରଣଜିତ୍‌ ସାବରକର କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ଏହି ବିବୃତ୍ତି ବୀର ସାବରକରଙ୍କୁ ବଦନାମ କରିଛି । ରାହୁଳ ଗାନ୍ଧୀ ଏକ ଡକ୍ୟୁମେଣ୍ଟ୍ ଦେଖାଇ ସାବରକରଙ୍କ ଚିଠିକୁ ଦେଖାଇଥିଲେ ଏବଂ ଏହାର ଶେଷ ଲାଇନ ପଢ଼ିଥିଲେ । କଂଗ୍ରେସ ନେତା ଇଂରାଜୀରେ ପଢ଼ି ହିନ୍ଦୀରେ ପୁନରାବୃତ୍ତି କରିଥିଲେ । ‘ସାର୍‌, ମୁଁ ତୁମର ସେବକ ହେବାକୁ ଚାହେଁ’ ବୋଲି ସାବରକର ଉକ୍ତ ଚିଠିରେ ଲେଖିଥିବା ରାହୁଳ କହିଥିଲେ ।

ରାହୁଳ କହିଥିଲେ ଯେ ସାବରକର ଜୀଙ୍କୁ କାହିଁକି ଏହି ଚିଠିରେ ଦସ୍ତଖତ କରିବାକୁ ପଡିଲା? ଏହାର କାରଣ ହେଉଛି ଭୟ । ଯଦି ସେ ଭୟଭୀତ ନଥାନ୍ତେ, ତେବେ ସେ ଏଥିରେ ଦସ୍ତଖତ କରି ନଥାନ୍ତେ । ସାବରକର ଜୀ ଏଭଳି କରି ସେ ଗାନ୍ଧୀ, ନେହେରୁ, ପଟେଲଙ୍କୁ ପ୍ରତାରଣା କରିଛନ୍ତି ବୋଲି ରାହୁଳ କହିଛନ୍ତି ।